www.samajalive.in
Saturday, December 13, 2025
26.1 C
Bhubaneswar

ନଖର ଏହି ଲକ୍ଷଣ ଦିଏ କୋଲେଷ୍ଟେରୋଲ୍ ବୃଦ୍ଧିର ସଙ୍କେତ..

ଉଚ୍ଚ କୋଲେଷ୍ଟେରୋଲ୍ ଶରୀରର ଖୁବ୍ କ୍ଷତି କରିଥାଏ। ଯାହା ଉଚ୍ଚ ରକ୍ତଚାପ, ହୃଦଘାତ, ଷ୍ଟ୍ରୋକ୍ ଭଳି ମାରାତ୍ମକ ରୋଗର କାରଣ ପାଲଟିଥାଏ। ଏହି କାରଣରୁ ଡାକ୍ତର ସର୍ବଦା କୋଲେଷ୍ଟେରୋଲ୍ ନିୟନ୍ତ୍ରଣରେ ରଖିବାକୁ ଡାକ୍ତର ପରାମର୍ଶ ଦେଇଥାଆନ୍ତି। ତେବେ ଶରୀରର କେତେକ ଅଂଶରୁ ଶରୀରରେ କୋଲେଷ୍ଟେରୋଲ୍ ବୃଦ୍ଧି ହୋଇଥିବାର ସଙ୍କେତ ଦେଇଥାଏ। ନଖରେ ଆସୁଥିବା ଅନେକ ପରିବର୍ତ୍ତନ କୋଲେଷ୍ଟେରୋଲ୍ ବୃଦ୍ଧି ହେବାର ସଙ୍କେତ ଦେଇଥାଏ।
ନଖ ହଳଦିଆ ପଡିବା ଲକ୍ଷଣ ଉଚ୍ଚ କୋଲେଷ୍ଟେରୋଲ୍ ସହ ଜଡିତ। କୋଲେଷ୍ଟେରୋଲ୍ ଜମାଟ୍ ବାନ୍ଧିବା କାରଣରୁୁ ରକ୍ତ ସଞ୍ଚାଳନ ସଠିକ୍ ଭାବେ ହୋଇ ପାରିନଥାଏ। ଫଳରେ ନଖର ରଙ୍ଗ ବଦଳିଥାଏ।

ଜୁଲାଇରେ ଏହି ରାଶିଙ୍କ ରହିବନି ଚିନ୍ତା : ଖୋଲିବ ବନ୍ଦ ଭାଗ୍ୟର ତାଲା, ମିଳିବ ଚାକିରି,ଧନ..

- Advertisement -

ନଖ ମୋଟା ହେବା ମଧ୍ୟ କୋଲେଷ୍ଟେରୋଲ୍ ସହ ଜଡିତ। କୋଲେଷ୍ଟେରୋଲ୍ ବୃଦ୍ଧି ହେବାର ଏହା ସଙ୍କେତ ଦେଇଥାଏ।
ନଖରେ ଛୋଟ ଛୋଟ ଧଳା ଦାଗ ଅଧିକ ଦିନ ଧରି ଦେଖାଯିବା ମଧ୍ୟ କୋଲେଷ୍ଟେରୋଲ୍ ବୃଦ୍ଧିର ସଙ୍କେତ ଦେଇଥାଏ।
ନଖ ଦୀର୍ଘ ଦିନ ଧରି ବିଳମ୍ବରେ ବଢିଲେ ଉଚ୍ଚ କୋଲେଷ୍ଟେରୋଲ୍ ହେବାର ସଙ୍କେତ ଦେଇଥାଏ। ରକ୍ତ ସଞ୍ଚାଳନ ସଠିକ୍ ଭାବେ ନହେବା ଦ୍ୱାରା ନଖ ବୃଦ୍ଧି ସଠିକ୍ ଭାବେ ହୋଇପାରିନଥାଏ।
କେତେକ ସମୟରେ ଉଚ୍ଚ କୋଲେଷ୍ଟେରୋଲ୍ କାରଣରୁ ନଖ ଅଧିକ ଦୁର୍ବଳ ହୋଇଯାଏ। ଫଳରେ ସହଜରେ ଭାଙ୍ଗି ଯାଇଥାଏ। ଏହା ଶରୀରରେ କୋଲେଷ୍ଟେରୋଲ୍ ବୃଦ୍ଧି ହେବାର ସଙ୍କେତ ଦେଇଥାଏ।
କ’ଣ କରିବେ..
ନିଜ ଖାଦ୍ୟରେ ଫାଇବର ଥିବା ଖାଦ୍ୟ ଯେପରି ବିଭିନ୍ନ ଫଳ, ପନିପରିବା ଆଦି ସାମିଲ କରନ୍ତୁ। ଏହା କୋଲେଷ୍ଟେରୋଲ୍ ନିୟନ୍ତ୍ରଣରେ ସହାୟକ ହୋଇଥାଏ।
ନିୟମିତ କିଛି ସମୟ ବ୍ୟାୟାମ କରନ୍ତୁ। ନିୟମିତ ବ୍ୟାୟାମ କରିବା ଦ୍ୱାରା ରକ୍ତ ସଞ୍ଚାଳନ ସଠିକ୍ ଭାବେ ହୋଇଥାଏ। କୋଲେଷ୍ଟେରୋଲ୍ ନିୟନ୍ତ୍ରଣ ହୋଇ ରହିଥାଏ।
ନିଶା ଦ୍ରବ୍ୟ ଆଦୌ ସେବନ କରନ୍ତୁ ନାହିଁ।
ନଖକୁ ସର୍ବଦା ପରିଷ୍କାର ରଖନ୍ତୁ। ଏହାଦ୍ୱାରା କୋଲେଷ୍ଟୋରୋଲ୍ ଲକ୍ଷଣ ସହଜରେ ଜାଣି ହୋଇଥାଏ।
ନିୟମିତ ଭାବେ କୋଲେଷ୍ଟେରୋଲ୍ ସ୍ତର ପରୀକ୍ଷା କରନ୍ତୁ। ଲକ୍ଷଣ ଦେଖାଯିବା ପରେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories