nua o banner

ସେତଲଭାଦ୍‌ଙ୍କ ଗିରଫ ଉପରେ ହାଇକୋର୍ଟ କଟକଣା

BSKY banner  750×100
0

ମୁମ୍ବଇ : ସାମାଜିକ କର୍ମକର୍ତ୍ତା ତିସ୍ତା ସେତଲଭାଦ୍‌ଙ୍କ ଗିରଫଦାରୀ ଉପରେ ମୁମ୍ବଇ ହାଇକୋର୍ଟ କଟକଣା ଜାରି କରିଛନ୍ତି। ମେ ୨ ପର୍ଯ୍ୟନ୍ତ ସେତଲଭାଦ୍‌ ଏବଂ ତାଙ୍କର ସହଯୋଗୀ ଜାଭେଦ ଆନନ୍ଦଙ୍କୁ ଗିରଫ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ ଗୁରୁବାର ନିର୍ଦେଶ ଦେଇଛନ୍ତି। ଗୁଜରାଟରେ ‘ସବ୍ରଙ୍ଗ ଟ୍ରଷ୍ଟ’ ନାମରେ ତିସ୍ତାଙ୍କର ଏକ ସ୍ୱେଚ୍ଛାସେବୀ ସଂଗଠନ କାର୍ଯ୍ୟ କରୁଛି। ତେବେ ୨୦୦୮ରୁ ୨୦୧୩ ମଧ୍ୟରେ ଉକ୍ତ ସଂଗଠନକୁ ଆସିଥିବା ୧.୪ କୋଟି ଟଙ୍କାକୁ ଜାଲିଆତି କରିଥିବା ଅଭିଯୋଗରେ ଗୁଜରାଟ କ୍ରାଇମବ୍ରାଞ୍ଚ ପୁଲିସ ଗତ ସପ୍ତାହରେ ଦୁଇଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଗୋଧ୍ରା ପରବର୍ତ୍ତୀ ଦଙ୍ଗା ପ୍ରପୀଡିତ ଲୋକଙ୍କୁ ସହାୟତା ଏବଂ ଗୁଜରାଟ/ମହାରାଷ୍ଟ୍ରରେ ଗରିବ ପିଲାଙ୍କ ଶିକ୍ଷା ନିମନ୍ତେ ସଂଗଠନକୁ ଏହି ଅର୍ଥ ମିଳିଥିଲା। ତିସ୍ତା ଓ ଜାଭେଦ ଗତକାଲି ଆଗୁଆ ଜାମିନ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଜରୁରୀ କାର୍ଯ୍ୟରେ ତିସ୍ତା ବିଦେଶ ଯାଉଥିବାରୁ ତଦନ୍ତକାରୀ ପୁଲିସ ସମ୍ମୁଖରେ ହାଜର ହୋଇପାରିବେନି ବୋଲି ତାଙ୍କ ଓକିଲ କାରଣ ଦର୍ଶାଇଥିଲେ। ବିଚାରପତି ଏହି ଆବେଦନକୁ ଗ୍ରହଣ କରି ମେ ୨ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ଗିରଫଦାରୀ ଉପରେ ରହିତାଦେଶ ଜାରି କରିଛନ୍ତି।

Leave A Reply