www.samajalive.in
Saturday, December 13, 2025
23.1 C
Bhubaneswar

ବିକଶିତ ଓଡିଶା ଗଠନ ଆମର ସଂକଳ୍ପ-ବିଜେପି

ଭୁବନେଶ୍ୱର : ଓଡିଶାବାସୀଙ୍କ ଆର୍ଶୀବାଦରେ ଭାରତୀୟ ଜନତା ପାର୍ଟୀ ପ୍ରଥମ ଥର ପାଇଁ ରାଜ୍ୟରେ ଏକାକୀ ସରକାର ଗଠନ କରିଛି । ଏଥି ସହ ଦେଶବାସିଙ୍କ ଆର୍ଶୀବାଦ ପାଇ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ମଧ୍ୟ ସରକାର ଗଠନ ହୋଇଛି । ରାଜ୍ୟବାସୀ ଏଥର ୭୮ ଜଣ ବିଧାୟକ ଏବଂ ୨୦ ଜଣ ସାଂସଦଙ୍କୁ ନିର୍ବାଚିତ କରି ବିଧାନସଭା ଏବଂ ଲୋକସଭାକୁ ପ୍ରତିନିଧି ଭାବେ ପଠାଇଛନ୍ତି । କ୍ରମାଗତ ତୃତୀୟ ଥର ପାଇଁ ଦାୟିତ୍ୱ ନେଇଥିବା ମୋଦି ସରକାରଙ୍କ ମନ୍ତ୍ରୀମଣ୍ଡଳରେ ଓଡିଶାର ୩ ଜଣ ସ୍ଥ।।ନିତ ହୋଇଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ବିଜେପି ସରକାର ଗଠନ କରିଛି । ବିକଶିତ ଓଡିଶା ଗଠନ ଆମର ସଂକଳ୍ପ । ଏହି ଅବସରରେ ଆସନ୍ତା ୩୦ ତାରିଖ ଦିନ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟ ସରକାରଙ୍କ ମନ୍ତ୍ରୀଗଣଙ୍କ ସମେତ ସମସ୍ତ ନବନିର୍ବାଚିତ ସାଂସଦ ଓ ବିଧାୟକମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ ।

ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ପ୍ରଦର୍ଶନୀ ପଡିଆଠାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦ, ରାଜ୍ୟରୁ ପ୍ରତିନିଧିତ୍ୱ କରୁଥିବା ସମସ୍ତ ରାଷ୍ଟ୍ରୀୟ ପଦାଧିକାରୀ ଓ କାର୍ଯ୍ୟକାରିଣୀ ସଦସ୍ୟ, ବିଭିନ୍ନ ମୋର୍ଚ୍ଚା ପଦାଧିକାରୀ, ରାଜ୍ୟ ପଦାଧିକାରୀ ଓ କାର୍ଯ୍ୟକାରିଣୀ ସଦସ୍ୟ, ରାଜ୍ୟର ବିଭିନ୍ନ ମୋର୍ଚ୍ଚାର ପଦାଧିକାରୀ, ଜିଲ୍ଲା ପଦାଧିକାରୀ ଓ କାର୍ଯ୍ୟକାରିଣୀ ସଦସ୍ୟ, ମଣ୍ଡଳ ସଭାପତି ଓ ସାଧାରଣ ସଂପାଦକଙ୍କ ସମେତ ନିର୍ବାଚିତ ଏନଏସି ଅଧ୍ୟକ୍ଷ ଉପାଧ୍ୟକ୍ଷ, ମ୍ୟୁନିସିପାଲିଟି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ, ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ ସଦସ୍ୟ, ଓ୍‌ôାର୍ଡ ମେମ୍ବର ଏବଂ କାର୍ଯ୍ୟକର୍ତା ଯୋଗ ଦେବେ । ସାଧାରଣ ଜନତା ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ।

- Advertisement -

ସେହିପରି ୩୦ ତାରିଖ ଦିନ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳିର ପ୍ରଥମ “ମନ୍ କି ବାତ୍‌” କାର୍ଯ୍ୟକ୍ରମକୁ ପ୍ରଦର୍ଶନୀ ପଡିଆଠାରେ ଉପସ୍ଥିତ ସମସ୍ତ ନେତୃବୃନ୍ଦ ଓ କାର୍ଯ୍ୟକର୍ତା ଏକାଠି ଶୁଣିବେ ବୋଲି ଶ୍ରୀ ତ୍ରିପାଠୀ ସୁଚନା ଦେଇଛନ୍ତି । ଏହି ଅବସରରେ ରାଜ୍ୟ ଗଣମାଧ୍ୟମ ସଂଯ୍ଧେକ୍ସଳ ସୁଜିତ ଦାସ ଏବଂ ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

Related Articles

Popular Categories