www.samajalive.in
Sunday, December 14, 2025
23.1 C
Bhubaneswar

କେନିୟାରେ ସଂସଦ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ, ପୁଲିସ ଗୁଳିରେ ୫ ମୃତ

ନାଇରୋବି: କେନିୟାରେ ହିଂସା ସୃଷ୍ଟି ହୋଇଛି। ସରକାର ଟିକସ ବୃଦ୍ଧି କରିବା ପରେ ରାସ୍ତାକୁ ଓହ୍ଲାଇଛନ୍ତି ଜନସାଧାରଣ। ହଜାର ହଜାର ଲୋକ ରାସ୍ତାରେ ପ୍ରତିବାଦ କରିବା ସହିତ ସଂସଦରେ ନିଆଁ ଲଗାଇ ଦେଇଛନ୍ତି। ହିଂସା ରୋକିବାକୁ ପୁଲିସ ପକ୍ଷରୁ ଗୁଳିମାଡ଼ କରାଯିବା ସହିତ ଲୁହବୁହା ଗ୍ୟାସ ଏବଂ ପାଣି ମାଡ଼ କରାଯାଇଛି। ଏଥିରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୧ ଜଣ ଆହତ ହୋଇଛନ୍ତି।

କେନିୟା ସରକାର ଟିକସ ବୃଦ୍ଧି ବିଲ୍ ଆଣିବା ପରେ ଦେଶବ୍ୟାପୀ ଏହାକୁ ବିରୋଧ କରାଯାଉଛି। ଦେଶର ଋଣଭାର ହ୍ରାସ କରିବାକୁ ସରକାର ଏହି ପଦକ୍ଷେପ ନେଇଥିଲେ। ନୂଆ ବିଲ୍‌ରେ ରୁଟି, ରନ୍ଧନ ତେଲ ଏବଂ ଆର୍ଥିକ ନେଣଦେଣ କ୍ଷେତ୍ରରେ ଟିକସ ବୃଦ୍ଧି କରାଯାଇଥିଲା। ଏହା ପ୍ରତିବାଦରେ ବିଭିନ୍ନ ଅଞ୍ଚଳରେ ଲୋକେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରାଯାଉଥିଲା। କିନ୍ତୁ ମଙ୍ଗଳବାର ନାଇରୋବିରେ ଆନ୍ଦୋଳନ ହିଂସାର ରୂପ ନେଇଥିଲା। ଉତ୍ତ୍ୟକ୍ତ ଜନତା ଆନ୍ଦୋଳନ କରିବା ସହିତ ପୁଲିସ ଉପରକୁ ଟେକାପଥର ମାଡ଼ କରିଥିଲେ। ବାରିକେଡ୍ ଭାଙ୍ଗି ଲୋକେ ସଂସଦ ଭବନକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ପୁଲିସ ସେମାନଙ୍କୁ ରୋକିବାକୁ ଉଦ୍ୟମ କରିଥିଲା। ବିଫଳ ହେବାରୁ ପ୍ରଥମେ ଲୁହବୁହା ଗ୍ୟାସ ଏବଂ ପାଣି ମାଡ଼ କରିଥିଲା। କିନ୍ତୁ ଉତ୍ତ୍ୟକ୍ତ ଲୋକେ ତାହାକୁ ଖାତିର କରି ନ ଥିଲେ। ପୁଲିସ ଉପରକୁ ଅଧିକ ଟେକା ପଥର ମାଡ଼ କରିଥିଲେ। ଶେଷରେ ପୁଲିସ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା। ଏହି ସମୟରେ ଉତ୍ତ୍ୟକ୍ତ ଲୋକେ ସଂସଦ ଭିତରେ ପହଞ୍ଚି ନିଆଁ ଲଗାଇ ଦେଇଥିଲେ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories