କେଜରିୱାଲ ସିବିଆଇ ଦ୍ବାରା ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସିବିଆଇ ଦ୍ବାରା ଗିରଫ ହୋଇଥିବା ସୂଚନା ମିଳିଛି। ଇଡି ପରେ ସିବିଆଇ ତିହାର ଜେଲରେ କେଜରିୱାଲଙ୍କୁ ଗିରଫ କରିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସିବିଆଇ ଗିରଫ କରାଯାଇଥିବା ନେଇ ଜାତୀୟ ଗଣମାଧ୍ୟମରେ ସୂଚନା ଦିଆଯାଇଛି। ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଅରବିନ୍ଦଙ୍କୁ ଗିରଫ କରାଯାଇଛି। ଅରବିନ୍ଦ କେଜରିୱାଲଙ୍କୁ ଗିରଫ ପରେ ଆସନ୍ତାକାଲି କୋର୍ଟରେ ତାଙ୍କୁ ହାଜର କରାଯିବା ପାଇଁ ସିବିଆଇ ପକ୍ଷରୁ ଅନୁମତି ମଗାଯାଇଛି।

Comments are closed.