ଅସରାଏ ବର୍ଷାରେ ଲେମ୍ବେରୀ ଗାଁ ବେହାଲ୍ 

କଳାପଥର : ଅସରାଏ ବର୍ଷା ଯୋଗୁଁ ବାଙ୍କୀ ବ୍ଲକ ଅନ୍ତର୍ଗତ କଳାପଥର ପଞ୍ଚାୟତର ଲେମ୍ବେରୀ ଗାଁ ଛକରେ ପ୍ରବଳ ବର୍ଷାପାଣି ଜମି ଯାତାୟତରେ ଅସୁବିଧା ଦେଖାଦେଇଛି । ବର୍ଷା ପାଣି ନିଷ୍କାସନର କୌଣସି ବ୍ୟବସ୍ଥା ନଥିବାରୁ  ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ପଞ୍ଚାୟତର ୧୬ ନଂ ୱାର୍ଡ଼ରେ ଶତାଧିକ ପରିବାର ବସ ବାସ କରୁଥିବାବେଳେ ଲେମ୍ବେରୀ ପ୍ରାଇମେରୀ ବିଦ୍ୟାଳୟ, କଲେଜ, ମନ୍ଦିର, ପୋଖରୀ, ନଳକୂଅ  ଓ କଳାପଥର ବଜାରକୁ  ଆଣ୍ଠୁଏ ପାଣିରେ ପଶି ଯାତାୟତ କରୁଛନ୍ତି ଲୋକେ ।

ପ୍ରତିଦିନ ଏହି ରାସ୍ତା ଦେଇ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ସ୍କୁଲ, କଲେଜ, ଅଙ୍ଗନବାଡିକୁ ପାଠ ପଡ଼ିବାକୁ ଯାଉଛନ୍ତି । କିଛି ସ୍ଥାନରେ ନର୍ଦ୍ଦମା ବର୍ଷାପାଣି ଜମି ରହି ମଶା ଓ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି  । ଫଳରେ ଡାଏରିଆ ସହ ଡେଙ୍ଗୁ ହେବା ସମ୍ଭାବନା ରହିଛି । ଏହାର ସ୍ଥାୟୀ ସମାଧାନ ନିମନ୍ତେ ଲେମ୍ବେରୀ ଗ୍ରାମର  ଜୟଦେବ ବିଶ୍ୱାଳ, ରାଜୀବ ପ୍ରଧାନ, ମୀନ ପଳେଇ, ସୁନିତା ନାୟକ, ସୁନ୍ଦରୀ ନାୟକ, ପଞ୍ଚେଇ ବିଶ୍ୱାଳ, ପ୍ରତିମା ବିଶ୍ୱାଳ, କଳାବତୀ ପ୍ରଧାନ, ମାଣିକ ବିଶ୍ୱାଳ, ସୁନିତା ନାୟକ, ନଳିନୀ ବିଶ୍ୱାଳ ପ୍ରମୁଖ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯିବା ନିମନ୍ତେ ଜନସାଧାରଣ ଦାବି କରିଛନ୍ତି ।

Comments are closed.