www.samajalive.in
Saturday, December 6, 2025
14.1 C
Bhubaneswar

ଲୋକସଭାର ସଦସ୍ୟ ଭାବେ ଶପଥ ଗ୍ରହଣ କଲେ ଅନନ୍ତ ନାୟକ

ପାଟଣା : କେନ୍ଦୁଝର ଲୋକସଭା ଆସନରୁ ତୃତୀୟ ଥର ପାଇଁ ନିର୍ବାଚିତ ହୋଇଥିବା ଅନନ୍ତ ନାୟକ ଆଜି ସଂସଦରେ ଲୋକସଭା ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି । ଚଳିତ ସଂସଦୀୟ ଅଧିବେଶନର ଦ୍ୱିତୀୟ ଦିନରେ କାମଚଳା ବାଚସ୍ପତି ଭର୍ତୃହରି ମହତାବ ତାଙ୍କୁ ଶପଥ ଗ୍ରହଣ କରାଇଛନ୍ତି । ଶ୍ରୀ ନାୟକ ଆଜି ଓଡିଆ ଭାଷାରେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ କରିବା ପରେ ଶ୍ରୀ ନାୟକ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କେନ୍ଦୁଝରବାସୀଙ୍କୁ ଧନ୍ୟବାଦ ଦେବା ସହ ଲୋକଙ୍କ ଆକାଂକ୍ଷାକୁ ପୂରଣ କରିବାକୁ ଚେଷ୍ଟା କରିବେ ବୋଲି ଲେଖିଛନ୍ତି।

ଶୋଇବା ପୂର୍ବରୁ ଏହି ୫ଟି ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ..

- Advertisement -

ସେ ୧୮ତମ ଲୋକସଭାର ସଦସ୍ୟ ଭାବରେ ଶପଥ ଗ୍ରହଣ କରିଛନ୍ତି ବୋଲି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି । କେନ୍ଦୁଝର ଲୋକସଭା ଆସନରୁ ପୁଣି ଥରେ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ଦେଇଥିବାରୁ କେନ୍ଦୁଝରବାସୀଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି । ଲୋକଙ୍କ ଆକାଂକ୍ଷାକୁ ପୂରଣ କରିବା ସହ ନିଜ ସାମର୍ଥ୍ୟ ଅନୁଯାୟୀ ସମାଜର ସେବା କରିବା ପାଇଁ ସବୁବେଳେ ଚେଷ୍ଟା କରିବି ବୋଲି ମତ ରଖିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିକଶିତ ଭାରତ ପାଇଁ ଆମେ ସଂକଳ୍ପବଦ୍ଧ ଜୟ ଜଗନ୍ନାଥ ,ଜୟ ମା ତାରିଣୀ ନାରା ଦେଇଥିଲେ। ଶ୍ରୀ ନାୟକ ଏହା ପୂର୍ବରୁ ଦୁଇ ଥର କେନ୍ଦୁଝର ଲୋକସଭା ଆସନରୁ ପ୍ରତିନିଧିତ୍ୱ କରି ସାରିଛନ୍ତି । ୨୦୦୦ ଓ ୨୦୦୪ ମସିହାରେ ଲଗାତାର ଭାବେ ସେ କେନ୍ଦୁଝର ଆସନରୁ ବିଜୟୀ ହୋଇଥିଲେ। ଚଳିତ ସାଧାରଣ ନିର୍ବାଚନରେ ଶ୍ରୀ ନାୟକ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ୯୭ ହଜାରରୁ ଉର୍ଦ୍ଧ୍ବ ଭୋଟରେ ପରାଜିତ କରିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories