www.samajalive.in
Sunday, December 14, 2025
19.1 C
Bhubaneswar

ବଦଳାନ୍ତୁ ଏହି ଅଭ୍ୟାସ, ନଚେତ୍ ବୟସ ପୂର୍ବରୁ ଦେଖାଯିବେ ବୁଢା…

ନୂଆଦିଲ୍ଲୀ: ବୟସ ବଢିଲେ ତ୍ଵଚାରେ ବାର୍ଦ୍ଧକ୍ୟ ପରିଲକ୍ଷିତ ହେବା ଅତ୍ୟନ୍ତ ସ୍ଵଭାବିକ କଥା। ବୟସ ବୃଦ୍ଧି ହେଲେ ତ୍ଵଚାରେ ଆପେ ଆପେ କୁଞ୍ଚନ ସୃଷ୍ଟି ହୁଏ। କିନ୍ତୁ ଆପଣ ଜାଣନ୍ତି କି ଆପଣଙ୍କର କିଛି ନିତିଦିନିଆ ଅଭ୍ୟାସ ଆପଣଙ୍କୁ ଅକାଳରେ ବୃଦ୍ଧ କରିପାରେ। ତେଣୁ ଅକାଳ ବୃଦ୍ଧାବସ୍ଥାକୁ ଏଡାଇବା ପାଇଁ, ସେହି ଅଭ୍ୟାସଗୁଡ଼ିକ ପରିତ୍ୟାଗ କରିବା ନିହାତି ଆବଶ୍ୟକ।  ଅନେକ ସମୟରେ କିଛି ଲୋକଙ୍କୁ ରାତିରେ ନିଦ ସଠିକ୍ ଭାବେ ହୁଏନାହିଁ। ଏହାଦ୍ଵାରା ମୁହଁରେ ଥିବା ପୁରୁଣା ସେଲ ଗୁଡିକ ସ୍ଥାନରେ ନୂଆ ସେଲ ସୃଷ୍ଟି ହେବା ପ୍ରକ୍ରିୟା ହ୍ରାସ ପାଇଥାଏ। ତେଣୁ ରାତିରେ ନିଦ ନହେବା ମଧ୍ୟ ଅକାଳ ବୃଦ୍ଧାବସ୍ଥାର ପ୍ରମୂଖ କାରଣ । ସାଧାରଣତଃ ଆମେ ଖରାରେ ବାହାରକୁ ବାହାରିଲେ ମୁହଁରେ ସନ୍‌ସ୍କ୍ରିନ୍ ଲଗାଇଥାଏ। ଯାହା ଆମ ତ୍ଵଚାକୁ ପ୍ରଚଣ୍ଡ ରୌଦ୍ର ତାପରୁ ରକ୍ଷା କରିଥାଏ। ତେଣୁ ପ୍ରତିଦିନ ଥରେ କିମ୍ବା ଦୁଇଥର ସନସ୍କ୍ରିନ୍ ଲଗାଇବା ନିହାତି ଜରୁରୀ ହୋଇଥାଏ। ବେଳେ ଖରାପ ଖାଦ୍ୟପ୍ରେୟ ମଧ୍ୟ ଅକାଳ ବୃଦ୍ଧାବସ୍ଥାର କାରଣ ସାଜିଥାଏ। ସର୍ବଦା ଖାଦ୍ୟରେ ଚିନିର ପରିମାଣ କମ କରିବାକୁ ଚେଷ୍ଟା କରିବା ଆବଶ୍ୟକ । ଚିନି ବଦଳରେ ଆପଣମାନେ ସବୁଜ ପନିପରିବା, ଫଳ, ଦହି ଆଦି ଖାଇବା ଉଚିତ୍। ଧୂମ୍ରପାନ ମଧ୍ୟ ଆପଣଙ୍କ ତ୍ଵଚାକୁ କ୍ଷତି ପହଞ୍ଚାଏ। ଧୂମ୍ରପାନ ଯୋଗୁଁ ଶରୀରୁ କୋଲେଜନର ମାତ୍ରା ହ୍ରାସ ପାଇଥାଏ। ଯାହାଦ୍ଵାରା କମ୍ ବୟସରେ ମଧ୍ୟ ଲୋକ ବୁଢା ଦେଖାଯାନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories