www.samajalive.in
Sunday, December 14, 2025
14.1 C
Bhubaneswar

ଇତିହାସ ରଚିଲା ଦକ୍ଷିଣ ଆଫ୍ରିକା

ସମାଜ ଡିଜିଟାଲ ଡେସ୍କ: ଟି-୨୦ ବିଶ୍ୱକପର ସୁପର ୮ ପର୍ଯ୍ୟାୟରେ ସୋମବାର ଦକ୍ଷିଣ ଆଫ୍ରିକା ୩ ୱିକେଟରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଏହା ସହିତ ଏଡେନ ମର୍କରମଙ୍କ ନେତୃତ୍ୱାଧୀନ ଦକ୍ଷିଣ ଆଫ୍ରିକା ଚଳିତ ସିଜନରେ ଏକ ନୂଆ ଇତିହାସ ରଚିଛି। ଟି-୨୦ ବିଶ୍ୱକପ ସଂସ୍କରଣରେ କ୍ରମାଗତ ଭାବେ ୭ମ ବିଜୟ ହାସଲ କରି ଦଳ ଏହି କୀର୍ତ୍ତିମାନ ସ୍ଥାପନ କରିଛି।

ସୋମବାର ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ବିଜୟ ସହିତ ଦକ୍ଷିଣ ଆଫ୍ରିକା ୨ୟ ଦଳ ଭାବେ ଟି-୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି। ପୂର୍ବରୁ ଇଂଲଣ୍ଡ ସେମିଫାଇନାଲରେ ନିଜ ସ୍ଥାନ ଦଖଲ କରିନେଇଛି। ସୋମବାର ମ୍ୟାଚରେ ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ୧୨୨ ରନ ସଂଗ୍ରହ କରିଥିଲା। ଦକ୍ଷିଣ ଆଫ୍ରିକା ୧୨୩ ରନର ବିଜୟଲକ୍ଷ୍ୟକୁ ୧୬.୧ ଓଭରରେ ହାସଲ କରିନେଇଥିଲା।

- Advertisement -

ଟି-୨୦ ବିଶ୍ୱକପରେ ପୂର୍ବରୁ କୌଣସି ଦଳ ଲାଗାତର ୭ଥର ବିଜୟ ହାସଲ କରି ନ ଥିଲେ। ମାତ୍ର ଚଳିତ ସିଜନରେ ଦକ୍ଷିଣ ଆଫ୍ରିକା ପ୍ରଥମ ଦଳ ଭାବେ ଏହି ଗୌରବ ଅର୍ଜନ କରିଛି। ପୂର୍ବରୁ ଶ୍ରୀଲଙ୍କା ଏବଂ ଅଷ୍ଟ୍ରେଲିଆ ଯୁଗ୍ମ ଭାବେ ୬ ଥର ଲେଖାଏ କ୍ରମାଗତ ବିଜୟ ହାସଲ କରିଥିଲେ। ଅଷ୍ଟ୍ରେଲିଆ ୨ଟି ବିଶ୍ୱକପ (୨୦୧୦ ଏବଂ ୨୦୨୧)ରେ ୬ ଥର ଲେଖାଏ କ୍ରମାଗତ ବିଜୟଲାଭ କରିଥିଲା। ୨୦୦୯ରେ ଶ୍ରୀଲଙ୍କା ୬ଥର ଲଗାତର ବିଜୟ ସହିତ ଏହି ରେକର୍ଡ କରିଥିଲା। ଦକ୍ଷିଣ ଆଫ୍ରିକା ୨୦୨୪ ଟି-୨୦ ବିଶ୍ୱକପରେ ଶ୍ରୀଲଙ୍କା, ନେଦରଲାଣ୍ଡ୍‌‌ସ, ବାଂଲାଦେଶ, ନେପାଳ, ଆମେରିକା, ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜକୁ ହରାଇ ସାରିଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories