www.samajalive.in
Friday, December 12, 2025
14.1 C
Bhubaneswar

ପାଦରେ ଦଳିଦେଲା ହାତୀ, ଭିଡିଓ ଦେଖିଲେ ଲୋମ ଟାଙ୍କୁରି ଯିବ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଅନେକ ସମୟରେ ଭିନ୍ନ ଭିନ୍ନ ପ୍ରକାର ଭିଡିଓ ଭାଇରାଲ ହୋଇଥାଏ । ଏଥିରୁ କିଛି ଭିଡିଓ ମଜାଳିଆ ହୋଇଥାଏ ତ ଆଉ କିଛି ଭିଡିଓ ସମସ୍ତଙ୍କୁ ଚକିତ କରିଥାଏ । ଏବେ ଏମିତି ଏକ ଭିଡିଓ ଇଣ୍ଟରନେଟରେ ଘୁରି ବୁଲୁଛି ଯାହାକୁ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଯିବ । ଭିଡିଓରେ ଏକ ହାତୀ ଜଣକୁ ଗୋଡରେ ଚାପି ମାରି ଦେଉଥିବା ଦେଖିବାକୁ ମିଳୁଛି ।

- Advertisement -

ଭିଡିଓରେ ନଜର ଆସୁଛି କି ଲୋକଟି ହାତୀକୁ ବାଡିରେ କିଛି ଇଶାରା ଦେଉଛି । ଶେଷରେ ରାଗିଯାଇ ହାତୀଟି ତାକୁ ପାଦରେ ଦଳି ଦେଉଛି । ଭିଡିଓର ଏକ୍ସରେ ସେୟାର ହୋଇଛି ଏବଂ ଏଥିରେ କ୍ୟାପ୍ସନ ଲେଖାଯାଇଛି କି ହାତୀ ଅତି ଶାନ୍ତ ଜୀବ । କିନ୍ତୁ ସେ ରାଗିଲେ ଠିକ୍ ଏଭଳି ଅବସ୍ଥା ହେବ । ମୃତ ବ୍ୟକ୍ତିର ବୟସ ପ୍ରାୟ ୬୨ । ସେ ସବୁ ଦିନ ହାତୀକୁ ଆକ୍ରମଣ କରୁଥିଲେ । ଶେଷରେ ହାତୀଟି ରାଗିଯାଇ ତାଙ୍କର ଏହି ଅବସ୍ଥା କରିଛି ବୋଲି ଏଥିରେ ସୂଚନା ଦିଆଯାଇଛି ।

ଭିଡିଓଟି ଭାଇରାଲ  ହେବାରେ ଲାଗିଛି । ସମସ୍ତେ ଏଥିରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖୁଛନ୍ତି । କୌଣସି ଜୀବଜନ୍ତୁଙ୍କୁ ହଇରାଣ କରିବା ଉଚିତ୍ ନୁହେଁ ବୋଲି ସମସ୍ତେ ପ୍ରତିକ୍ରିୟା ରଖି ପରାମର୍ଶ ଦେଉଛନ୍ତି ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories