www.samajalive.in
Saturday, December 13, 2025
27.1 C
Bhubaneswar

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାହାଁନ୍ତି ଶିକ୍ଷକ, ଶିକ୍ଷାଦାନରୁ ବଞ୍ଚିତ ଛାତ୍ରଛାତ୍ରୀ

ଭବାନୀପାଟଣା: ସଂପ୍ରତି ଗତ ୧୮ ତାରିଖ ଠାରୁ ଜିଲାରେ ସ୍କୁଲଗୁଡ଼ିକ ଖୋଲିଲାଣି। ୧୮ ରୁ ୨୨ ତାରିଖ ଯାଏଁ ସକାଳ ୬ ଟା ୩୦ ରୁ ୧୦ ଟା ୩୦ ଯାଏଁ ସ୍କୁଲ୍ ଖୋଲିଲା। ହେଲେ ଏକାଦଶ ଓ ଦ୍ବାଦଶ ଶ୍ରେଣୀ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ଆସୁଥିବା ବେଳେ ଶିକ୍ଷକ ଆସୁନାହାନ୍ତି। ଫଳରେ ଦ୍ଵାଦଶ ଶ୍ରେଣୀ ପିଲାଙ୍କ ପାଠପଢାରେ ବ୍ୟାଘାତ ଘଟୁଛି।
ସୂଚନା ଅନୁଯାୟୀ ଗତ ଶିକ୍ଷା ବର୍ଷରୁ ଜିଲାର ୮ ଟି ସ୍କୁଲରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶ୍ରେଣୀ ଖୋଲାଗଲା। ଥୁଆମୂଲ ରାମପୁର ବ୍ଲକର କାଣିଗୁମା, ମହୁଲପାଟଣା ସରକାରୀ ହାଇସ୍କୁଲ ସମେତ କିଆପଦର ସ୍ଥିତ କସ୍ତୁରବା ଗାନ୍ଧୀ ବିଦ୍ୟାଳୟ, ଜୁନାଗଡ଼ ବ୍ଲକର ମହିଚଲା ସ୍ଥିତ ବାଲାଜୀ  ସରକାରୀ ହାଇସ୍କୁଲ, ଭବାନୀପାଟଣା ବ୍ଲକ୍ ସେଁପୁର ସରକାରୀ ହାଇସ୍କୁଲ , ଦାଦପୁର ସ୍ଥିତ ଦଧିବାମନ ସରକାରୀ ହାଇସ୍କୁଲ, ନର୍ଲା ବ୍ଲକର ଉଲିକୁପା ସରକାରୀ ହାଇସ୍କୁଲ, ଶାନ୍ତପୁର ସ୍ଥିତ ରାଧାକୃଷ୍ଣ ହାଇସ୍କୁଲ ଇତ୍ୟାଦି ମୋଟ ୮ ଟି ସ୍କୁଲରେ ଏକାଦଶ ଓ ଦ୍ବାଦଶ ଶ୍ରେଣୀ ଖୋଲାଗଲା। ଏସବୁ ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ୪୮ ଜଣ କନିଷ୍ଠ ଅତିଥି ଅଧ୍ୟାପକଙ୍କୁ ଚୁକ୍ତି ଭିତ୍ତିକ ନିଯୁକ୍ତି ଦିଆଗଲା। ନିୟମ ଅନୁଯାୟୀ ଶିକ୍ଷାବର୍ଷ ସମାପ୍ତ ପରେ ସଂପୃକ୍ତ କନିଷ୍ଠ ଅଧ୍ୟାପକ ମାନଙ୍କ ନିଯୁକ୍ତି ଶେଷ ହେଲା।

ଚଳିତ ଶିକ୍ଷାବର୍ଷ ଆରମ୍ଭ ହେଇଥିବା ବେଳେ ସେମାନଙ୍କ ଚୁକ୍ତି ନବୀକରଣ ହେଇନାହିଁ। ଅନ୍ୟପକ୍ଷରେ  ଜିଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଗତ ୧୮ ତାରିଖରୁ ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ଯାଏଁ ଥିବା ଏହି ସ୍କୁଲ୍ ଗୁଡ଼ିକ ଖୋଲିଲା। ଆସନ୍ତା ସୋମବାର ଠାରୁ ସ୍କୁଲ୍ ଗୁଡିକ ରେ ଦିନବେଳା ପାଠପଢା ଆରମ୍ଭ ହେବ। ଅଥଚ ଏସବୁ ସ୍କୁଲରେ ଥିବା ଦ୍ଵାଦଶ ଶ୍ରେଣୀ ପିଲା ଆସୁଥିଲେ ମଧ୍ୟ ଅଧ୍ୟାପକ ନାହାନ୍ତି।

- Advertisement -

ଏମିତିରେ ପିଲା କେମିତି ପଢ଼ିବେ ଆଉ ବଢ଼ିବେ ତାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ଅନ୍ୟପକ୍ଷରେ ରାଜ୍ୟରେ ନୂତନ ସରକାର ଦାୟିତ୍ୱ ଗ୍ରହଣ ପରେ ଏସବୁ ସ୍କୁଲର ଅଧ୍ୟାପକ ପଦବୀ ପୂରଣ ବା ଚୁକ୍ତି ନିୟମିତ କରାଯିବା ନେଇ ସାଧାରଣରେ ଅନିଶ୍ଚିତତା ଦେଖା ଦେଇଛି। ଏଥି ସହିତ ପୂର୍ବ ସରକାର ଚିହ୍ନଟ କରିଥିବା ଆହୁରି କିଛି ସ୍କୁଲରେ ଯୁକ୍ତ ଦୁଇ ଶ୍ରେଣୀ ଖୋଲିବା ନେଇ ମଧ୍ୟ ସନ୍ଦେହ  ଦେଖା ଦେଇଛି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories