www.samajalive.in
Sunday, December 14, 2025
19.1 C
Bhubaneswar

ବର୍ଷାରେ ଭାଙ୍ଗିଲା ଚାଳ ଛପର ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ

କଲମପୁର : ଶନିବାର ଭୋର ସମୟରେ ଗୁମାବାହାଲ ଠାରେ ଘଟିଛି ଏକ ଅଘଟଣ। ବର୍ଷାର ପ୍ରଭାବରେ ଜଣେ ବିଧବା ମହିଳାଙ୍କ ଚାଳ ଛପର ଘର ଭାଙ୍ଗି ଯାଇଛି। କିନ୍ତୁ ସୌଭାଗ୍ୟ ବଶତଃ ପରିବାରର ତିନି ସଦସ୍ୟ ଅଳ୍ପକେ ଏକ ବଡ ବିପଦରୁ ରକ୍ଷା ପାଇ ଯାଇଛନ୍ତି।
ସୂଚନା ଅନୁସାରେ ଗୁମାବାହାଲ ଗ୍ରାମର ହବଲଦେଈ ମାଝୀ ନାମକ ଜନୈକ ବିଧବା ମହିଳା ନିଜ ସନ୍ତାନଙ୍କ ସହ ଶୁକ୍ରବାର ରାତିରେ ଖାଇପିଇ ଶୋଇଥିଲା। କିନ୍ତୁ ଶୋଇଥିବା ବେଳେ ରାତି ଦୁଇଟାରୁ ଅନବରତ ବର୍ଷା ହେଇଥିଲା। ଭୋର ୪ଟା ବେଳେ ଅଚାନକ ହବଲଦେଈର ଚାଳ ଛପର ଘର ଭାଙ୍ଗି ଯାଇଥିଲା। ଘର ଭିତରେ ଶୋଇଥିବା ୩ ଜଣ ଘର ତଳେ ଚାପି ହେଇଥିଲେ ମଧ୍ୟ ସୁରକ୍ଷିତ ଭାବେ ବାହାରକୁ ବାହାରି ଆସିବାରେ ସଫଳ ହେବା ସହ ଏକ ବଡ ବିପଦରୁ ରକ୍ଷା ପାଇ ଯାଇଛନ୍ତି।
ସୂଚନା ଯୋଗ୍ୟ ଯେ, ବିଧବା ମହିଳା ହବଲଦେଈ ଅତ୍ୟନ୍ତ ଗରିବ। ନିଜ ସ୍ବାମୀଙ୍କ ମୃତ୍ୟୁ ପରେ ପର ଘରେ କାମଧନ୍ଦା କରି ନିଜ ପରିବାରର ପ୍ରତିପୋଷଣ କରେ। ଚାଳ ଛପର ଘରକୁ ସଜାଡିବାରେ ତାର ସମ୍ବଳର ଅଭାବ। ବର୍ତମାନ ତା’ର ଚାଳ ଛପର ଘର ଭାଙ୍ଗି ଯାଇଛି। ପୁଣି ଏବେ ଘୋର ବର୍ଷାର ସମୟ । ଏଭଳି ସ୍ଥିତିରେ ବାସହରା ହେଇଥିବା ହବଲଦେଈର ପରିବାରର ସ୍ଥିତି ଅତ୍ୟନ୍ତ ଦୟନୀୟ। ତେଣୁ ସେ ଏବେ ତାର ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେବାକୁ ବାଧ୍ୟ ହେଇଛି। ତେଣୁ ତୁରନ୍ତ ଏଭଳି ଅସହାୟ ପରିବାରକୁ ସରକାରୀ ଯୋଜନାର ସାମିଲ କରି ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories