www.samajalive.in
Saturday, December 6, 2025
15.1 C
Bhubaneswar

ବିପଜ୍ଜନକ ହେଉଛି ଡେଟିଂ ଆପ୍‌‌: କାହାକୁ ସାକ୍ଷାତ କରିବା ପୂର୍ବରୁ ଧ୍ୟାନ ଦିଅନ୍ତୁ

ସମାଜ ଡିଜିଟାଲ ଡେସ୍କ: ବର୍ତ୍ତମାନ ଯୁଗରେ ଡେଟିଂ ଆପ୍‌‌ ଜରିଆରେ ନିଜର ସଠିକ୍‌‌ ସାଥୀ ଖୋଜିବାରେ ବ୍ୟସ୍ତ ରହୁଛନ୍ତି। କିନ୍ତୁ ଅନେକ କ୍ଷେତ୍ରରେ ଏହା ଦେଖିବାକୁ ମିଳୁଛି ଯେ ଡେଟିଂ ଆପ୍‌‌ ସାହାଯ୍ୟରେ ଲୋକମାନେ ବଡ ଆପରାଧିକ ଘଟଣା ଘଟାଉଛନ୍ତି। ନିକଟରେ ଏଭଳି ଏକ ମାମଲା ନଜରକୁ ଆସିଛି। ଦିଲ୍ଳୀର ଜଣେ ବ୍ୟକ୍ତି ଡେଟିଂ ଆପ୍‌‌ ଜରିଆରେ ଜଣେ ମହିଳାଙ୍କ ସହିତ ବନ୍ଧୁତା ସ୍ଥାପନ କରିଥିଲେ। ଏହାପରେ ମହିଳା ଜଣଙ୍କ ଘରେ ଏକୁଟିଆ ରହୁଥିବାର ସୁଯୋଗ ଦେଖି ତାଙ୍କ ଘରକୁ ଯାଇ ଡକାୟତି କରୁଥିଲେ।
ଡେଟିଂ ଆପ୍‌‌ ସାହାଯ୍ୟରେ ଠକମାନେ ଏପରି ଜାଲରେ ପକାଉଛନ୍ତି ଯେ ଯୁବତୀମାନେ କିଛି ବୁଝିବାର ସୁଯୋଗ ପାଇବେ ନାହିଁ। କିନ୍ତୁ ଡେଟିଂ ଆପ୍‌‌ ବ୍ୟବହାର କରିବା ସମୟରେ ସୁରକ୍ଷା ଚିନ୍ତାଧାରାକୁ ଅଣଦେଖା କରିବା ଉଚିତ୍‌‌ ନୁହେଁ। ବିଶେଷଜ୍ଞଙ୍କ ମତରେ ସୁରକ୍ଷା ଓ ସତର୍କତା ସହିତ ଡେଟିଂ ଆପ୍‌‌ ବ୍ୟବହାର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆପ୍‌‌ ସହାୟତାରେ ଯଦି କୌଣସି ଯୁବକଙ୍କ ସହ ଚାଟିଂ କରୁଛନ୍ତି ତେବେ ବ୍ୟକ୍ତିଗତ ସୂଚନା ଯେପରିକି ଫୋନ୍‌‌ ନମ୍ବର, ଘରର ଠିକଣା, କିମ୍ବା ଆର୍ଥିକ ସୂଚନା ଦେବାଠୁ ଦୂରେଇ ରୁହନ୍ତୁ। ଡେଟିଂ ଆପରୁ ବନ୍ଧୁତା ହୋଇଥିବା ବ୍ୟକ୍ତିଙ୍କ ସହ ଦେଖା କରିବାକୁ ଗଲେ ସର୍ବଦା ଜନଗହଳିପୂର୍ଣ୍ଣ ଅଂଚଳରେ ଦେଖା କରନ୍ତୁ। ନିଜର ପରିବାର ଲୋକ ଏବଂ ସାଙ୍ଗସାଥୀଙ୍କୁ ଏସମ୍ପର୍କରେ ସୂଚନା ଦେଇ ଯାଆନ୍ତୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories