www.samajalive.in
Saturday, December 6, 2025
23.1 C
Bhubaneswar

ପୁଅର ନୃଶଂସକାଣ୍ଡ ; ବାପା-ମାଆଙ୍କୁ ମାରି ମାଟିରେ ପୋତିଲା, ଥାନାରେ ଏମିତି କହିଲେ ଭଉଣୀ..

ସିମୁଳିଆ : ବାଲେଶ୍ୱର ଜିଲା ସିମୁଳିଆରେ ଏକ ଚାଞ୍ଚଲ୍ୟକର ଘଟଣା ଶନିବାର ସାମ୍ନାକୁ ଆସିଛି। ପାରିବାରିକ କଳହର କରୁଣ ପରିଣତି, ମଦୁଆ ପୁଅ ସାଜିଲା ବାପର ହତ୍ୟାକାରୀ ଏବେ ବି ମାଆ ନିଖୋଜ,ଏ ନେଇ ଭଉଣୀ ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି। ଜଣେ ପିଶାଚ ପୁଅ ନିଜ ବାପା-ମାଆଙ୍କୁ ହତ୍ୟା କରି ମାଟି ତଳେ ପୋତି ଦେଇଥିବା ଅଭିଯୋଗ ହୋଇଛି। ସିମୁଳିଆ ଥାନା ଗରସଙ୍ଗ ଗାଁରେ ପୁଅର ଏଭଳି ନୃଶଂସକାଣ୍ଡ ହଇଚଇ ସୃଷ୍ଟି କରିଛି। ବାରି ପଛପଟୁ ଦୁର୍ଗନ୍ଧ ବାହାରିବାରୁ ସନ୍ଦେହ ବଢିବା ସହ ଭାଇକୁ ଭଉଣୀ ସନ୍ଦେହ କରିବାରୁ ଖବର ପାଇ ପୁଲିସ ପହଞ୍ଚି ଥିଲା। ଏହାପରେ ମାଟି ଖୋଳା ଆରମ୍ଭ ହୋଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣଙ୍କ ମୃତଦେହ ଖୋଜିବା ପାଇଁ ମାଟି ଖୋଳା ଯାଉଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ବାହାର କରୁଛି ପୁଲିସ। ଅଭିଯୁକ୍ତ ପୁଅ ଫେରାର ହୋଇ ଯାଇଥିବା ବେଳେ ପୁଲିସ ଖୋଜାଖୋଜି ଆରମ୍ଭ କରିଛି। ଘଟଣାର ତଦନ୍ତ ଜାରି ରହିଛି।

ଦେଖନ୍ତୁ ଭିଡିଓ ; ଛାତ୍ରଙ୍କ ଉତ୍ତର ଖାତା ଦେଖି ଶିକ୍ଷକଙ୍କୁ ଲାଗିଲା ବଡ ଝଟକା, ହୃତପିଣ୍ଡର ଚିତ୍ର କରି ଲେଖିଲେ ଏମିତି..

- Advertisement -

ସୂଚନାନୁଯାୟୀ, ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଗରସଙ୍ଗ ଗାଁରେ ୪ଦିନ ଧରି ନିଖୋଜ ଥିବା ବାପା ପ୍ରଭାକର ବେହେରା,ମାଆ ଚମ୍ପା ବେହେରାଙ୍କ ନିଖୋଜ ଘଟଣାକୁ ନେଇ ଝିଅ ମମତା ମଲ୍ଲିକ ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ ଏବଂ ଭାଇ ରମେଶ ବାପା ମାଆଙ୍କୁ ମାରି ଦେଇ ପୋତି ଦେଇଥିବା ଅଭିଯୋଗ କରିଥିଲେ। ମମତାଙ୍କ ଅଭିଯୋଗ କ୍ରମେ ସିମୁଳିଆ ପୁଲିସ ତଦନ୍ତ ଆରମ୍ଭ କରିଥିବା ସହିତ ରମେଶଙ୍କ ଘର ପଛପଟେ ଏକ ଚାଷ ଜମିରେ ପୋତିଥିବା ନେଇ ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଖଇରା ଅତିରିକ୍ତ ତହସିଲଦାର ସନ୍ଦିପ୍ରିୟଦର୍ଶନୀ ଧଳ, ବାଲେଶ୍ୱର ସାଇଣ୍ଟିଫିକ୍ ଟିମ୍  ପହଞ୍ଚି ଉକ୍ତ ସ୍ଥାନକୁ ଖୋଳି ବାପା ପ୍ରଭାକର ବେହେରାଙ୍କ ମୃତଦେହ ଠାବ ହୋଇଥିବା ବେଳେ ମା ଏବେ ବି ନିଖୋଜ ଅଛନ୍ତି। ତେବେ ତଦନ୍ତ ପ୍ରକ୍ରିୟା ଜାରି ରହିଛି, ତଦନ୍ତ ପରେ ସବୁ ତଥ୍ୟ ପଦାକୁ ଆସିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories