www.samajalive.in
Saturday, December 6, 2025
26.1 C
Bhubaneswar

ଆଜି ସ୍ନାନଯାତ୍ରା: ସରିଲା ପହଣ୍ଡି, ରତ୍ନବେଦୀ ଛାଡି ସ୍ନାନବେଦୀରେ ଚତୁର୍ଦ୍ଧାମୂରତି

ପୁରୀ : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଦାରୁ ଦିଅଁଙ୍କ ଦିବ୍ୟ ସ୍ନାନ। ଏଥିଲାଗି ରତ୍ନ ବେଦୀ ଛାଡି ସ୍ନାନ ବେଦୀରେ  ବିରାଜମାନ କରିଛନ୍ତି ଚତୁର୍ଦ୍ଧା ମୂରତି। ଆଜି ଭୋର୍ ୫ଟାରୁ  ଧାଡି ପହଣ୍ଡି ଆରମ୍ଭ ହୋଇଛି।  ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ। ଦୁର୍ଲଭ ହାତୀ ବେଶକୁ ଅତି ନିକଟରୁ ଦର୍ଶନ କରିବେ କୋଟି କୋଟି ଭକ୍ତ।  ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦିନ ୯ ଟାରେ ସ୍ନାନ ମଣ୍ଡପରେ ପ୍ରଭୁଙ୍କୁ ମଙ୍ଗଳ ଆଳତି କରାଯିବ। ଦିନ ୧୨ଟା ୨୦ରୁ ୧ଟା ୪୫ ମଧ୍ୟରେ ଜଳବିଜେ, ଜଳପୂଜା ଏବଂ ଜଳଲାଗି କରାଯିବ। ୧୦୮ ଗଡୁ ସୁବାସିତ ଜଳରେ ସ୍ନାନ କରିବେ ଦାରୁବ୍ରହ୍ମ। ଏହାପରେ ନୂଆ ଲୁଗା ପିନ୍ଧାଯାଇ ବେଶ କରାଯିବ। ଅପରାହ୍ଣ ୩ଟାରେ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ସ୍ନାନ ମଣ୍ଡପରେ ଛେରା ପହଁରା କରିବେ। ୩ ଟା ୪୦ରେ ଶ୍ରୀଜୀଉଙ୍କୁ ଆକର୍ଷଣୀୟ ଗଜାନନ ବେଶ କରାଯିବ। ରାତି ୧୧ଟା ପର୍ଯ୍ୟନ୍ତ ଭକ୍ତମାନେ ପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରିବାର ସୁଯୋଗ ପାଇବେ। ସ୍ନାନ ମଣ୍ଡପ ଉପରେ ପ୍ରଭୁଙ୍କ ସକାଳ ଧୂପ ଓ ଦକ୍ଷିଣୀଘର ଭୋଗ ଅନୁଷ୍ଠିତ ହେବ। ରାତି ୭ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ସାହାଣ ମେଲା ଦର୍ଶନ କରାଯିବ। ରାତି ୧୧ଟା ୩୦ରୁ ବାହୁଡ଼ା ପହଣ୍ଡି ଆରମ୍ଭ ହୋଇ ୨ଟାରେ ଶେଷ ହେବ। ଫେରିବା ବେଳେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରୁ ସୁନାଚିତା ଓ ରାହୁରେଖା ବାହାର କରାଯିବ। ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ଶୃଙ୍ଖଳିତ ଓ ସମୟାନୁବର୍ତ୍ତୀ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସମେତ ପୁଲିସ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଏବଂ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ମନ୍ଦିର ଭିତରେ ରହି ଠାକୁରଙ୍କ ନିତିକାନ୍ତି ପରିଚାଳନା ତଦାରଖ କରୁଛନ୍ତି। ଶାନ୍ତିଶୃଙ୍ଖଳା ରକ୍ଷା ସମେତ ଗହଳି, ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ୬୮ ପ୍ଲାଟୁନ ଫୋର୍ସ ଏବଂ ୪୩୭ ପୁଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଶ୍ରଦ୍ଧାଳୁମାନେ ମାର୍କେଟ ଛକରୁ ବ୍ୟାରିକେଡ୍‌ ଭିତର ଦେଇ ଯିବେ। ସିଂହଦ୍ବାର ଦେଇ ମନ୍ଦିର ଭିତରେ ପ୍ରବେଶ କରିବେ ଏବଂ ଦର୍ଶନ ପରେ ଉତ୍ତର ଦ୍ବାର, ଦକ୍ଷିଣ ଦ୍ୱାର ଏବଂ ପଶ୍ଚିମ ଦ୍ବାର ଦେଇ ପ୍ରସ୍ଥାନ କରିବେ। ସ୍ନାନ ମଣ୍ଡପ ସମ୍ମୁଖ ତଳେ ଛିଡ଼ାହୋଇ ଭକ୍ତମାନେ ପ୍ରଭୁଙ୍କୁ ଦର୍ଶନ କରିବେ। ସ୍ନାନ ମଣ୍ଡପ ଉପରକୁ ଯିବାପାଇଁ କୌଣସି ଅନଧିକୃତ ବ୍ୟକ୍ତିଙ୍କୁ ଅନୁମତି ଦିଆଯିବ ନାହିଁ। ତେବେ ଶ୍ରୀଜୀଉଙ୍କ ପହଣ୍ଡି ଦର୍ଶନ ପାଇଁ ଟିକଟ କିଣିଥିବା ବ୍ୟକ୍ତିଙ୍କ ପାଇଁ ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ଏବଂ କୋଣାର୍କରୁ ଆସୁଥିବା ଯାତ୍ରୀବାହୀ ବସ୍‌ଗୁଡ଼ିକ ପାଇଁ କୌଣସି କଟକଣା ଜାରି କରାଯାଇ ନାହିଁ। ହାଲୁକା ଗାଡ଼ିଗୁଡ଼ିକ ଶ୍ରୀଜଗନ୍ନାଥ ବଲ୍ଲଭ ବହୁତଳ ପାର୍କିଂ, ଜେଲ୍ ରୋଡ଼ ପାର୍କିଂ, ନୀଳାଚଳ ଅଶୋକ, ବ୍ଲୁ ଫ୍ଲାଗ୍‌ ବେଳାଭୂମି, ଯାତ୍ରିକା ନିକଟରେ ପାର୍କିଂ ବ୍ୟବସ୍ଥା କରାଯାଇଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories