www.samajalive.in
Sunday, December 14, 2025
19.1 C
Bhubaneswar

ଫାଟିବା ପୂର୍ବରୁ ଫୋନ୍‌ ଦିଏ ଏହି ସଙ୍କେତ, କରନ୍ତୁନି ଅଣଦେଖା

ସମାଜ ଡିଜିଟାଲ ଡେସ୍କ: ସ୍ମାର୍ଟଫୋନରେ ନିଆଁ ଲାଗିବା ଏବଂ ବିସ୍ଫୋରଣ ଘଟଣା ସବୁ ସମୟରେ ସାମ୍ନାକୁ ଆସିଥାଏ, କିନ୍ତୁ ଗ୍ରୀଷ୍ମ ଋତୁରେ ଏଭଳି ଘଟଣା ଅଧିକ ଘଟିଥାଏ। ଏମିତି ନୁହେଁ ଯେ କୌଣସି ନିର୍ଦ୍ଦିଷ୍ଟ ବ୍ରାଣ୍ଡର ଫୋନ୍‌ରେ ନିଆଁ ଲାଗିଥାଏ। ପ୍ରାୟ ସମସ୍ତ ବ୍ରାଣ୍ଡର ଫୋନ୍‌ରେ ନିଆଁ ଲାଗିପାରେ ଏବଂ ଫୋନ୍ ବୋମା ପରି ଫାଟିପାରେ। ଗ୍ରୀଷ୍ମ ଋତୁରେ ସ୍ମାର୍ଟଫୋନର ବିଶେଷ ଯତ୍ନ ନେବାକୁ ପଡ଼ିଥାଏ। ତେବେ ଏଠାରେ ଏକ ବଡ଼ ପ୍ରଶ୍ନ ହେଉଛି, ଫୋନ୍‌ରେ ବିସ୍ଫୋରଣ ହେବ କିମ୍ବା ନିଆଁ ଲାଗିବ କି ନାହିଁ ଆମେ ଜାଣିବା କିପରି ? ଆସନ୍ତୁ ଜାଣିବା ସେ ବିଷୟରେ –

ବ୍ୟାଟେରୀ ଫୁଲିବା: ଯଦି ଆପଣଙ୍କୁ ଲାଗୁଛି ଯେ, ଆପଣଙ୍କ ଫୋନର ବ୍ୟାଟେରୀ ଫୁଲି ଯାଇଛି କିମ୍ବା ଆପଣ ଫୋନର ପଛ ପ୍ୟାନେଲ ଫୁଲି ରହିଲା ଭଳି ଦେକାଯାଉଛି ତେବେ ସତର୍କ ରୁହନ୍ତୁ। ଏଭଳି ସ୍ଥିତିରେ ବ୍ୟାଟେରୀ ଫାଟିବାର ସମ୍ଭାବନା ଅଧିକ ଥାଏ।

- Advertisement -

ଫୋନ୍‌ ଅତ୍ୟଧିକ ଗରମ ହେବା: ଯଦି ଆପଣଙ୍କର ଫୋନ୍ ବାରମ୍ବାର ଗରମ ହେଉଛି, ତେବେ ତୁରନ୍ତ ଏହାକୁ ସର୍ଭିସ ସେଣ୍ଟରକୁ ନିଅନ୍ତୁ। ଅନେକ ରିପୋର୍ଟରେ ଏହା ସାମ୍ନାକୁ ଆସିଛି ଯେ, ବିସ୍ଫୋରଣ ପୂର୍ବରୁ ସ୍ମାର୍ଟଫୋନ୍ ଗରମ ହୋଇଯାଏ କିମ୍ବା ଅତ୍ୟଧିକ ଗରମ ହେଉଥିବା ଫୋନ୍‌ର ଫାଟିବାର ସମ୍ଭାବନା ଅଧିକ ଥାଏ।

ଗରମ ସ୍ଥାନରେ ଚାର୍ଜ କରନ୍ତୁ ନାହିଁ ଫୋନ୍: ସର୍ବଦା କମ୍ ତାପମାତ୍ରାରେ ଫୋନ୍ ଚାର୍ଜ କରନ୍ତୁ, କାରଣ ଚାର୍ଜ କରିବା ସମୟରେ ସାଧାରଣତଃ ଫୋନ୍ କିଛିମାତ୍ରାରେ ଗରମ ହୋଇଯାଏ। ଫୋନକୁ ଫ୍ରିଜ୍ ଉପରେ ରଖି କେବେ ବି ଚାର୍ଜ କରନ୍ତୁ ନାହିଁ। ତେଣୁ ଚାର୍ଜ କରିବା ସମୟରେ ଫୋନକୁ କୋଠରୀ ତାପମାତ୍ରାରେ ରଖନ୍ତୁ।

ପାଣିରେ ପଡ଼ିଗଲେ ମେକାନିକ୍‌ଙ୍କୁ ଦେଖାନ୍ତୁ: ଅନେକ ସମୟରେ ଯଦି କୌଣସି କାରଣରୁ ଫୋନ୍ ପାଣିରେ ପଡ଼ିଯାଏ ତେବେ ଆମେ ନିଜେ ମେକାନିକ୍ ହୋଇ ଏହାର ମରାମତି କରିଥାଉ, ଯାହା ସମ୍ପୂର୍ଣ୍ଣ ଭୁଲ୍। ପାଣିରେ ପଡ଼ିବା ପରେ ଫୋନରେ ଅନେକ ସମସ୍ୟା ଉପୁଜିପାରେ। ଏପରିକି ବ୍ୟାଟେରୀରେ ସର୍ଟ ସର୍କିଟ ମଧ୍ୟ ହୋଇପାରେ। ଏଭଳି କ୍ଷେତ୍ରରେ ଘରେ ଫୋନ୍ ମରାମତି ନକରି ମେକାନିକ୍‌ଙ୍କ ପାଖକୁ ଯାଆନ୍ତୁ।

ଫୋନ୍‌କୁ ବାରମ୍ବାର ପଡ଼ିବାରୁ ରକ୍ଷା କରନ୍ତୁ: ଫୋନ ବାରମ୍ବାର ପଡ଼ିବା ଦ୍ଵାରା ମଧ୍ୟ ବ୍ୟାଟେରୀକୁ କ୍ଷତି ପହଞ୍ଚିଥାଏ ଏବଂ ଏହାପରେ ଏଥିରେ ନିଆଁ ଲାଗିପାରେ। ତେଣୁ ନିଜ ଫୋନର ଯତ୍ନ ନିଅନ୍ତୁ ଏବଂ ଏହାକୁ ପଡ଼ିବାକୁ ଦିଅନ୍ତୁ ନାହିଁ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories