www.samajalive.in
Monday, December 15, 2025
27.1 C
Bhubaneswar

ଡାର୍କନେଟ୍‌‌ ଓ ଟେଲିଗ୍ରାମରୁ ମିଳିଥିଲା ନେଟ୍‌‌ ପ୍ରଶ୍ନପତ୍ର, ୫ ହଜାର ଟଙ୍କାରେ ବିକ୍ରି ହେଉଥିଲା

ସମାଜ ଡିଜିଟାଲ ଡେସ୍କ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦ୍ୱାରା ପରିଚାଳିତ ଜାତୀୟ ଯୋଗ୍ୟତା ପରୀକ୍ଷା (ଏନଇଟି) ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ନେଇ ସୂଚନା ମିଳିବା ପରେ ପରୀକ୍ଷାର ଦିନକ ପରେ ଏହାକୁ ବାତିଲ କରିଦିଆଯାଇଥିଲା। ତେବେ ଏହି ପ୍ରଶ୍ନପତ୍ର ଡାର୍କନେଟ୍‌‌ ଏବଂ ଟେଲିଗ୍ରାମରେ ଭାଇରାଲ ହୋଇଥିଲା ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସାଇବର ଅପରାଧ ନିରୋଧୀ ସଂସ୍ଥା ପକ୍ଷରୁ ପ୍ରଶ୍ନପତ୍ର ପ୍ରଘଟ ନେଇ ସୂଚନା ଦିଆଯିବା ପରେ ପରୀକ୍ଷାକୁ ବାତିଲ କରାଯାଇଥିଲା। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଘଟଣାର ତଦନ୍ତ ଭାର ଦିଆଯାଇଛି। ପ୍ରଶ୍ନପତ୍ର ପ୍ରଘଟରେ କୌଣସି ଅଧିକାରୀଙ୍କ ସମ୍ପୃକ୍ତି ରହିଛି କି ନାହିଁ ତାହାର ତଦନ୍ତ କରିବ ସିବିଆଇ। ସେହିପରି ପ୍ରଘଟ ପ୍ରଶ୍ନପତ୍ର ୫୦୦ ଟଙ୍କାରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବା ବୋଲି ଜଣେ ଅଧିକାରୀ କହିଛନ୍ତି।

ଜୁନ ୧୮ ତାରିଖରେ ନେଟ୍‌‌ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। କିନ୍ତୁ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ପ୍ରଘଟ ହୋଇସାରିଥିଲା। ପରୀକ୍ଷା ସରିବା ପରେ ପରେ ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କରେ ଅନେକ ଖବର ଭାଇରାଲ ହୋଇଥିଲା। ସେପଟେ ସାଇବର ଅପରାଧ ନିରୋଧୀ ସଂସ୍ଥା ପକ୍ଷରୁ ମିଳିଥିବା ତଥ୍ୟକୁ ଆଧାର କରି ପରୀକ୍ଷାକୁ ବାତିଲ କରାଯାଇଥିଲା। ଶିକ୍ଷାମନ୍ତ୍ରୀ କହିଛନ୍ତି, ଡାର୍କନେଟ ଏବଂ ଟେଲିଗ୍ରାମରେ ପ୍ରଶ୍ନପତ୍ର ଭାଇରାଲ ହେଉଥିବା ନେଇ ଖବର ମିଳିଥିଲା। ସେହି ପ୍ରଶ୍ନପତ୍ରକୁ ମୂଳ ପ୍ରଶ୍ନପତ୍ର ସହିତ ମିଶା ଯାଇଥିଲା, ଯାହା ସମାନ ଥିଲା। ତେଣୁ ପରୀକ୍ଷାକୁ ବାତିଲ କରାଯାଇଥିଲା।

- Advertisement -

ସୂଚନାଯୋଗ୍ୟ, ଚଳିତ ଥର ୧୧ ଲକ୍ଷ ଛଶତ୍ରଛାତ୍ରୀ ୟୁଜିସି-ନେଟ୍‌‌ ପରୀକ୍ଷା ଦେବା ଲାଗି ପଞ୍ଜୀକରଣ କରିଥିଲେ। ଖୁବଶୀଘ୍ର ଆଉ ଥରେ ପରୀକ୍ଷା ଆୟୋଜନ କରାଯିବ ବୋଲି ଶିକ୍ଷା ମନ୍ତ୍ରଣାଳୟର ଯୁଗ୍ମ ସଚିବ ଗୋବିନ୍ଦ ଜୟସୱାଲ କହିଛନ୍ତି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories