www.samajalive.in
Saturday, December 6, 2025
17.1 C
Bhubaneswar

ସ୍ବିସ୍‌ ବ୍ୟାଙ୍କରେ ଭାରତୀୟଙ୍କ ସମ୍ପତ୍ତି ୭୦% କମିଲା

ନୂଆଦିଲ୍ଲୀ : ସ୍ବିସ୍‌ ବ୍ୟାଙ୍କରେ ଥିବା ଭାରତୀୟଙ୍କ ସମ୍ପତ୍ତି ୨୦୨୩ରେ ୭୦% କମିଛି। ଏହା ୪ବର୍ଷର ସର୍ବନିମ୍ନ ସ୍ତର ୧.୦୪ ବିଲିୟନ ସ୍ବିସ୍‌ ଫ୍ରାଙ୍କ (୯ ହଜାର ୭ଶହ ୭୧ କୋଟି ଟଙ୍କା)ରେ ପହଞ୍ଚିଥିବା ସ୍ବିଜରଲ୍ୟାଣ୍ଡର କେନ୍ଦ୍ରୀୟ ବ୍ୟାଙ୍କ ଗୁରୁବାର ତଥ୍ୟ ପ୍ରକାଶ କରିଛି।

୨୦୨୧ରେ ୧୪ ବର୍ଷର ଉଚ୍ଚତମ ସ୍ତର ୩.୮୩ ବିଲିୟନ ସ୍ବିସ୍‌ ଫ୍ରାଙ୍କ (ସ୍ବିଜରଲ୍ୟାଣ୍ଡ ମୁଦ୍ରା)ରେ ପହଞ୍ଚିବା ପ​‌​‌ରେ କ୍ରମାଗତ ଦ୍ବିତୀୟ ବର୍ଷରେ ଭାରତୀୟଙ୍କ ସମ୍ପତ୍ତି ହ୍ରାସ ପାଇଛି। ତେବେ ମୁଖ୍ୟତଃ ବଣ୍ଡ୍, ସୁରକ୍ଷା ଓ ବିଭିନ୍ନ ଆର୍ଥିକ କାରଣରୁ ଭାରତୀୟ ସମ୍ପତ୍ତି କମିଛି। ସ୍ବିସ୍‌ ନ୍ୟାସ୍‌ନାଲ ବ୍ୟାଙ୍କ ଅଧିକାରୀଙ୍କ ଦ୍ବାରା ଦିଆଯାଇଥିବା ସୂଚନାରୁ ଉପରୋକ୍ତ ତଥ୍ୟ ମିଳିଛି। ତେବେ ଏହି ତଥ୍ୟରେ ଭାରତୀୟଙ୍କ କଳାଧନ ସମ୍ପର୍କରେ କୌଣସି ଉଲ୍ଲେଖ କରାଯାଇନାହିଁ। ୨୦୦୬ରେ ସ୍ବିସ୍‌ ବ୍ୟାଙ୍କରେ ସର୍ବାଧିକ ୬.୫ ବିଲିୟନ ସ୍ବିସ୍‌ ଫ୍ରାଙ୍କ ଜମା ଥିବା ବେଳେ ୨୦୧୧, ୨୦୧୩, ୨୦୧୭, ୨୦୨୦ ଓ ୨୦୨୧ ସହିତ କିଛି ବର୍ଷକୁ ଛାଡ଼ି ଏହା କ୍ରମାଗତ କମିବାରେ ଲାଗିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories