www.samajalive.in
Saturday, December 6, 2025
14.1 C
Bhubaneswar

ଆମପାଣି ଘାଟିରେ ଦୁର୍ଘଟଣା, ଜଣେ ଗୁରୁତର

ଭବାନୀପାଟଣା: କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣି ଘାଟିରେ ଆଜି ସନ୍ଧ୍ୟାରେ ଏକ କାର ଏବଂ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ ଜଣେ ଗୁରୁତର ଆହତ ହେଇଛନ୍ତି। ଗୁରୁତର ଜଣକ ରବୀନ୍ଦ୍ର ଅଗ୍ରୱାଲ (୫୧) ବୋଲି ଜଣା ପଡ଼ିଛି। ତାଙ୍କୁ ପ୍ରଥମେ କୋକସରା ଏବଂ ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ସୂଚନା ଅନୁଯାୟୀ ଜଗଦଲପୁର ରୁ କଣ୍ଟାବାଞ୍ଜି ଯାଉଥିବା ଏକ କାର ଏବଂ ବିପରୀତ ଦିଗରୁ ଆସୁଥିବା ଏକ ମାଲ ବୋଝେଇ ଟ୍ରକ ମଧ୍ୟରେ ଘାଟି ର ଏକ ବୁଳାଣୀ ରେ ମୁହାଁମୁହିଁ ଧକ୍କା ହେଇଥିଲା। କାରର ସାମ୍ନା ପଟ ଚୁରମାର ହୋଇ ଯାଇଥିବା  ବେଳେ ସେଥିରେ ଥିବା ଚାଳକ ଏବଂ ଗୋଟାଏ ପରିବାରର ୩ ଜଣ ସୁରକ୍ଷିତ ଅଛନ୍ତି। କାର ରେ ଥିବା ରବୀନ୍ଦ୍ର କୁମାର ଅଗ୍ରୱାଲ (୫୧) ଗୁରୁତର ହୋଇଥିବା ବେଳେ ତାଙ୍କ ପତ୍ନୀ, ପୁଅ ଓ ଝିଅ ସୁରକ୍ଷିତ ଅଛନ୍ତି। ଆମପାଣି ପୋଲିସ ଘଟଣା ର ତଦନ୍ତ କରୁଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories