ଆଠଗଡ: ଆଠଗଡ ଥାନା ଅନ୍ତର୍ଗତ ଦୋରଡ ପଞ୍ଚାୟତ ଅଧିନ ଗୋପିନାଥପୁର ଗ୍ରାମରେ ଜଣଙ୍କ ଘର ତାଲା ଭାଙ୍ଗି ଦୁର୍ବୁତମାନେ ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି କରିଥିବା ଜଣାପଡିଛି। ଗୋପିନାଥପୁର ଗ୍ରାମ ନିକଟ ମୁଖ୍ୟରାସ୍ତାକଡରେ ଘର କରି ରହିଥିବା ଅଶୋକ କୁମାର ଜେନା ଓ ତାଙ୍କ ପତ୍ନୀ ନିଜର ଚାକିରୀ କ୍ଷେତ୍ରକୁ ଯାଇ ବୁଧବାର ଫେରି ପାରିନଥିଲେ।
ବୁଧବାର ବିଳମ୍ବିତ ରାତ୍ରିିରେ ଘରେ କେହି ନଥିବାର ସୁଯୋଗନେଇ କେତେକ ଚୋର ଘରର ତାଲା ଭାଙ୍ଗି ଏଲଇଡି ଟିଭି, ଇନଭର୍ଟର ସମେତ ଏବଂ କେତେକ ସୁନାରୂପା ଅଳଙ୍କାର ଓ ନଗଦ ୫ହଜାର ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି। ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ ମଧ୍ୟ ଅଦ୍ୟାବଧି ଚୋରକୁ ଧରିବାରେ ଅବା ଚୋରି ଜିନିଷ ଉଦ୍ଧାର କରିବାରେ ସକ୍ଷମ ହୋଇନଥିବା ଜଣାପଡିଛି।



