www.samajalive.in
Saturday, December 6, 2025
16.1 C
Bhubaneswar

ମାନସିକ ଅସୁସ୍ଥତା ସମାଜ ଅଗ୍ରଗତିରେ ପ୍ରତିବନ୍ଧକ

ଫୁଲବାଣୀ:ମାନସିକ ଅସୁସ୍ଥତା ସମାଜ ଅଗ୍ରଗତିରେ ଏକ ପ୍ରତିବନ୍ଧକ ହୋଇଥିବାରୁ ସାଧାରଣରେ ସଚେତନତା ସୃଷ୍ଟି ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ଜିଲା ସ୍ତରରେ ଆରମ୍ଭ ହୋଇଛି । ଏହାକୁ ଗ୍ରାମ୍ୟସ୍ତର ପର୍ଯ୍ୟନ୍ତ ପହଂଚାଇବା ପାଇଁ ବିଗତ ଦୁଇ ବର୍ଷ ହେବ ବାଙ୍ଗାଲୋର ସ୍ଥିତ ବେସିକ ନିଡ୍ସ ଇଣ୍ଡିଆ ଓ ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀଙ୍କ ମିଳିତ ସହଯୋଗରେ କନ୍ଧମାଳ ଜିଲାର ଫୁଲବାଣୀ ଓ ଫିରିଙ୍ଗିଆ ବ୍ଲକର ୩୦ ଗୋଟି ଗ୍ରମ ପଞ୍ଚାୟତରେ ଗୋଷ୍ଠି ସ୍ତରରେ ମାନସିକ ସ୍ୱାସ୍ଥ୍ୟ ପରିଚାଳନା କାର୍ଯ୍ୟକ୍ରମ କାର୍ଯ୍ୟକାରି ହୋଇଆସୁଛି ।

ଏହି ପରିପ୍ରକ୍ଷେିରେ ବନ୍ଧଗଡ ସ୍ଥିତ ତାଲିମ କେନ୍ଦ୍ର ଠାରେ ସମସ୍ତ ଅଂଶୀଦାରମାନଙ୍କୁ ନେଇ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବେସିକ ନିଡ୍ସ ଇଣ୍ଡିଆର ରାଜ୍ୟ ସଂଯୋଜକ ରାଜିବ କର୍ମୀ ଯୋଗ ଦେଇ ଦଳଗତ ଆଲୋଚନା ମାଧ୍ୟମରେ ଅଂଶୀଦାରମାନଙ୍କର ଦାୟିତ୍ୱ ଓ କିର୍ତ୍ତବ୍ୟ ବିଷୟରେ ବୁଝାଇବା ସହ ମାନସିକ ଅସୁସ୍ଥ ବ୍ୟକ୍ତିମାନଙ୍କୁ ସମାଜର ମୂଖ୍ୟ ସ୍ରୋତରେ ସାମିଲ କରିବାରେ ଯତ୍ନକାରୀମାନଙ୍କର ଅଧିକ ଦାୟିତ୍ୱ ଅଛି ବୋଲି କହିଥିଲେ । ମୂଖ୍ୟ ଅତିଥି ଭାବେ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ କୁମାର ପ୍ରଧାନ ଉପସ୍ଥିତ ରହି ମାନସିକ ଅସୁସ୍ଥତା ବ୍ୟକ୍ତି ଙ୍କୁ ଚିହ୍ନ ଟ କରିବାର ଉପାୟ ବିଷୟରେ କହିବା ସହ ସେମାନଙ୍କ ର ଲକ୍ଷଣ କିପରି ହୋଇଥାଏ ତାହା ପ୍ରାଞଳ ଭାବରେ ବୁଝାଇଥିଲେ । କାର୍ଯକ୍ରମରେ ଦୁଇଟି ବ୍ଲକ୍ ରୁ ୫୦ ରୁ ଅଧିକ ଅଙ୍ଗନବାଡି ଓ ଆଶା କର୍ମୀ ଙ୍କ ସହ ଏମବିକେ, ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ, ସ୍ୱୟଂସହାୟକ ଦଳର ପ୍ରତିନିଧି, ପଂଚାୟତ ପ୍ରତିନିଧି, ଗୋଷ୍ଠୀ ସହାୟତା ଦଳର ପ୍ରତିନିଧି ମାନେ ଯୋଗ ଦେଇ ସେମାନଙ୍କ ର ମତାମତ ରଖିଥିଲେ । ଅନୁଷ୍ଠାନ ର ସଂପାଦକ ହରି ଶଙ୍କର ରାଉତ ପ୍ରକଳ୍ପ ର ଅଗ୍ରଗତି ସମ୍ପର୍କୀତ ତଥ୍ୟ ରଖିବା ସହ ଆଗାମି ଦିନରେ ଏହା କିପରି ଗୋଷ୍ଠି ସ୍ତରରେ ସଠିକ୍ ଭାବରେ ପରିଚାଳନା ହୋଇ ପାରିବ ସେଥିନିମନ୍ତେ ସମସ୍ତ ହିତାଧିକାରୀ ଙ୍କ ସହେଯାଗ କାମନା କରିଥିଲେ।

- Advertisement -

କାର୍ଯ୍ୟକ୍ରମକୁ ପ୍ରକଳ୍ପ ସଂଯୋଜକ ବୈକୁଣ୍ଠ ଚନ୍ଦ୍ର ଦାସ, କ୍ଷେତ୍ର କର୍ମୀ ଆଲୋକ ସାମନ୍ତରାୟ ଏବଂ ସ୍ୱେଛାସେବୀ ପତନା ଦିଗାଲ, ମାନିନୀ ଦିଗାଲ, ଲକ୍ଷ୍ମୀ ଦିଗାଲ, ଶୁଶାନ୍ତି ଦିଗାଲ, ଅନନ୍ତ କହଁର ଓ ମମତା କହଁର ପମୁଖ କାର୍ଯ୍ର୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories