ବାଲେଶ୍ବରରେ ସହରରେ ୬ ଘଣ୍ଟା ପାଇଁ କର୍ଫୁ କୋହଳ
ବାଲେଶ୍ବର: ବାଲେଶ୍ବର ସହରରେ ୬ ଘଣ୍ଟା ପାଇଁ କର୍ଫୁ କୋହଳ କରାଯାଇଛି। ଆସନ୍ତାକାଲି ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ କର୍ଫୁ କୋହଳ କରାଯିବାନୁ ନିଷ୍ପତ୍ତି ନିଆଯାଇଛି।ସହରରେ ବସବାସ କରୁଥିବା ଜନସାଧାରଣ ଅତ୍ୟବଶ୍ୟକ ଜିନିଷପତ୍ର କିଣାକିଣି ପାଇଁ କର୍ଫୁ କୋହଳ କରାଯିବ। ବାଲେଶ୍ବର ସହରରେ କର୍ଫୁ କୋହଳ ନେଇ ଜିଲାପାଳ ଏକ୍ସ(ଟ୍ବିଟର) ଜରିଆରେ ସୂଚନା ଦେଇଛନ୍ତି।
ବାଲେଶ୍ବର ପୌର ପରିଷଦ ଅଧୀନରେ ଥିବା ସମସ୍ତ ଅଞ୍ଚଳରେ କର୍ଫ୍ୟୁ ୨୧.୦୬.୨୦୨୪ ମଧ୍ୟରାତ୍ରି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସାଧାରଣ ଲୋକ ସେମାନଙ୍କ ଦୈନନ୍ଦିନ ଆବଶ୍ୟକ ଜିନିଷପତ୍ର କିଣାକିଣି ପାଇଁ ସକାଳ ୬ଟାରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ଅବଧି ମଧ୍ୟରେ ସମସ୍ତ ବାଣିଜ୍ୟିକ ପ୍ରତିଷ୍ଠାନ / ରୁଟିନ୍ ସେବାଗୁଡିକ କାର୍ଯ୍ୟ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଛି।
Curfew in the areas under Balasore municipality has been extended till 21.06.2024 midnight with relaxation for general public from 6am to 12 noon to meet their daily needs. During this period all commercial establishments/routine services are allowed to operate. pic.twitter.com/O4u3A80BF7
— Collector & DM Balasore (@DBalasore) June 20, 2024
Comments are closed.