www.samajalive.in
Monday, December 8, 2025
14.1 C
Bhubaneswar

ରାଶି ଅନୁଯାୟୀ ଜାଣନ୍ତୁ କିପରି ହେବେ ଆପଣଙ୍କ ଜୀବନସାଥି

ପ୍ରତ୍ୟେକ ଅବିବାହିତା କନ୍ୟାର ସ୍ୱପ୍ନ ଥାଏ ଯେ ତାକୁ ଉତ୍ତମ ଜୀବନସାଥୀ ମିଳୁ। ଯେ କି ତାକୁ ସମ୍ମାନ କରିବା ସହ ସୁଖ ଓ ଭଲ ପାଇବା ମଧ୍ୟ ଦେଉଥିବ। ସୁଖ ହେଉ ଅଥବା ଦୁଃଖ ସବୁ ସମୟରେ ସେ ତାକୁ ସହଯୋଗ କରୁଥିବ। ଜ୍ୟୋତିଷଶାସ୍ତ୍ରରେ ମଧ୍ୟ ବରକନ୍ୟାଙ୍କ ପାଇଁ ବହୁ ତଥ୍ୟ ଉଲ୍ଲେଖ ରହିଛି। ରାଶି ଅନୁଯାୟୀ ଅବିବାହିତା କନ୍ୟାକୁ କେଉଁ ସ୍ୱଭାବର ଜୀବନ ସାଥୀ ମିଳିବ, ତାହା ମଧ୍ୟ ଉଲ୍ଲେଖ ରହିଛି। ଜାଣନ୍ତୁ ରାଶି ଅନୁଯାୟୀ କନ୍ୟାକୁ କିପରି ଜୀବନସାଥୀ ପ୍ରାପ୍ତି ହେବ….
ମେଷ – ଏହି ରାଶିର କନ୍ୟାକୁ ସୁନ୍ଦର ଓ ଅଧିକ ପାଠୁଆ ଜୀବନସାଥି ମିଳିବା କଥା ଉଲ୍ଲେଖ ରହିଛି। ସେ ଧାର୍ମିକ ସ୍ୱଭାବର ମଧ୍ୟ ହୋଇଥିବେ।
ବୃଷ – ଏହି ରାଶିର କନ୍ୟାଙ୍କୁ ସାଧାରଣ ପାଠ ପଢିଥିବା ଜୀବନସାଥି ମିଳିଥାଏ। ଜୀବନରେ ବହୁ କଷ୍ଟ କରି ସେ ସଫଳତା ପାଇଥାଆନ୍ତି।
ମିଥୁନ – ଏହି ରାଶିର କନ୍ୟାଙ୍କୁ ଅଧିକ ଗର୍ବ କରୁଥିବା ଜୀବନସାଥି ମିଳିଥାଏ। କଥା କଥାରେ ଏମାନେ କ୍ରୋଧ ମଧ୍ୟ କରିଥାଆନ୍ତି।
କର୍କଟ – ଏହି ରାଶିର କନ୍ୟାଙ୍କୁ ତାଙ୍କ ଜୀବନସାଥିମାନେ ଖୁବ ସମ୍ମାନ କରିଥାଆନ୍ତି। ତାଙ୍କ ଅନୁଯାୟୀ, କାର୍ଯ୍ୟ ନହେଲେ ସେମାନେ କ୍ରୋଧ କରିଥାଆନ୍ତି।
ସିଂହ – ଏହି ରାଶିର କନ୍ୟାଙ୍କୁ ତାଙ୍କ ଜୀବନସାଥିମାନେ ଖୁବ ସମ୍ମାନ କରିଥାଆନ୍ତି। ତାଙ୍କ ଜୀବନରେ ହସଖୁସି ସର୍ବଦା ରହିଥାଏ।
କନ୍ୟା – ଏହି ରାଶିର କନ୍ୟାଙ୍କୁ ଅଧିକ ଚଞ୍ଚଳ ସ୍ୱଭାବର ଜୀବନସାଥି ମିଳିଥାଆନ୍ତି। ଦେଖିବାକୁ ମଧ୍ୟ ସୁନ୍ଦର ହୋଇଥାଆନ୍ତି।
ତୁଳା – କୁହାଯାଇଥାଏ ଏହି ରାଶିର କନ୍ୟାଙ୍କୁ ଛୋଟ ଛୋଟ କଥାରେ କ୍ରୋଧ କରୁଥିବା ଜୀବନସାଥି ମିଳିଥାଆନ୍ତି। ମାତ୍ର ଏମାନେ ନିଜ ଦାମ୍ପତ୍ୟ ଜୀବନକୁ ଅଧିକ ଗୁରୁତ୍ୱ ମଧ୍ୟ ଦେଇଥାଆନ୍ତି।
ବିଛା – ଏହି ରାଶିର କନ୍ୟାଙ୍କ ଜୀବନସାଥି ମିଷ୍ଟଭାଷୀ ହେବା ସହ ଉତ୍ତମ ସ୍ୱଭାବର ହୋଇଥାଆନ୍ତି।
ଧନୁ – ଏହି ରାଶିର କନ୍ୟାଙ୍କୁ ଭାଗ୍ୟବାନ ଜୀବନସାଥି ମିଳିଥାଆନ୍ତି । ନିଜ ପତ୍ନୀ କଥା ସର୍ବଦା ରଖିଥାଆନ୍ତି।
ମକର – ଏହି ରାଶିର କନ୍ୟାଙ୍କୁ ମଧୁର ସ୍ୱଭାବର ଜୀବନସାଥି ମିଳିଥାଆନ୍ତି। ଜୀବନରେ ଆସୁଥିବା ସମସ୍ତ କଷ୍ଟକୁ ଏମାନେ ସାହସର ସହ ସାମ୍ନା କରିଥାଆନ୍ତି।
କୁମ୍ଭ – ଏହି ରାଶିର କନ୍ୟାଙ୍କୁ ସର୍ବଦା ହସଖୁସିରେ ରହୁଥିବା ଜୀବନସାଥି ମିଳିଥାଆନ୍ତି।
ମୀନ – ଏହି ରାଶିର କନ୍ୟାଙ୍କୁ ସୁନ୍ଦର ଓ ଆର୍ଥିକ କ୍ଷେତ୍ରରେ ସମ୍ପନ୍ନ ଥିବା ଜୀବନସାଥି ମିଳିଥାଆନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories