www.samajalive.in
Sunday, December 14, 2025
19.1 C
Bhubaneswar

କିମ୍‌‌ଙ୍କୁ ଦାମୀ ଉପହାର ଦେଲେ ପୁଟିନ

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବିଗତ ୨୪ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଉତ୍ତର କୋରିଆ ଗସ୍ତ କରିଛନ୍ତି। ଏହି ଅବସରରେ ସେ ଉତ୍ତର କୋରିଆ ରାଷ୍ଟ୍ରପତି କିମ୍‌‌ ଜୋଙ୍ଗ ଉନଙ୍କୁ ଭେଟିବା ସହିତ ଦୁଇ ଦେଶ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ତେବେ ଗସ୍ତ ସମୟରେ ପୁଟିନ କିମ୍‌‌ଙ୍କୁ ଏକ ଦାମୀ ଉପହାର ପ୍ରଦାନ କରିଛନ୍ତି। ଏହି ଉପହାରଟି ହେଉଛି ରୁଷ ନିର୍ମିତ ବିଳାସପୂର୍ଣ୍ଣ ଲିମୋସିନ କାର ‘ଅରସ ସିନାଟ’।

ଉଭୟଙ୍କ ମଧ୍ୟରେ ବୈଠକ ସରିବା ପରେ ଦୁଇ ନେତା ପରୀକ୍ଷାମୂଳକ ଭାବେ କାର୍‌‌କୁ ଚଳାଇଥିଲେ। ଏହାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ପୁଟିନ କଳା ରଙ୍ଗର ଏହି କାରକୁ ଚଳାଉଥିବାବେଳେ କିମ୍‌‌ ପାଖ ସିଟ୍‌‌ରେ ବସିଥିବା ଦେଖିବାକୁ ମିଳିଛି। ପୂର୍ବରୁ ଗତ ଫେବୃୟାରୀରେ ପୁଟିନ ପ୍ରଥମ ଉପହାର ସ୍ୱରୂପ ଏକ ଲିମୋସିନ କାର କିମ୍‌‌ଙ୍କୁ ଦେଇଥିଲେ। ଏହାକୁ ମିଶାଇ ଏବେ କିମ୍‌‌ଙ୍କ ନିକଟରେ ୨ଟି ଲିମୋସିନ କାର ରହିଛି।

- Advertisement -

ଲିମୋସିନ ‘ଅରସ ସିନାଟ’ର ବିଶେଷତ୍ୱ:

ଏହି କାରର ବିଶେଷତ୍ୱ ହେଉଛି ଏହା ୩ଟି ଭାରିଆଣ୍ଟରେ ଉପଲବ୍ଧ। ଏହା ହେଉଛି ଷ୍ଟାଣ୍ଡାର୍ଡ ସିନାଟ, ସିନାଟ ଲଙ୍ଗ ଏବଂ ସିନାଟ ଲିମୋସିନ। ଆତ୍ମରକ୍ଷା ପାଇଁ କାରରେ ଅସ୍ତ୍ରଶସ୍ତ୍ର ଖଞ୍ଜା ଯାଇଛି। ୫୯୮ ଏଚପି ଏବଂ ୮୮୦ ଏନଏମ ଟର୍କ ବିଶିଷ୍ଟ ଏହି କାରରେ ୪.୪ ଲିଟର ଟ୍ୱିନ ଟର୍ବୋ ଭି-୮ ଇଞ୍ଜିନ ରହିଛି। ଏହି କାରର ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା ହେବ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories