www.samajalive.in
Sunday, December 7, 2025
26.1 C
Bhubaneswar

ଜଙ୍ଗଲରୁ ଜବତ ହେଲା ୨ କୁଇଣ୍ଟାଲ ଗଞ୍ଜେଇ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଂଚଳରେ ଗତ କିଛିଦିନ ହେଲା ଗଞ୍ଜେଇ କାରବାର ବୃଦ୍ଧି ପାଇଛି। ଗଞ୍ଜେଇ ମାଫିଆମାନେ ଏହି ଅଞ୍ଚଳରେ ଗଷେଞ୍ଜଇ ଚାଷ କରି ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି। ରବିବାର ଫିରିଙ୍ଗିଆ ପୁଲିସ ପବିଙ୍ଗିଆ ପଞ୍ଚାୟତ ଅଞ୍ଚଳରେ ଥିବା କିଛି ଜଙ୍ଗଲରେ ଚଢ଼ାଉ କରି ୨ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି। ଜଙ୍ଗଲରେ ଗଞ୍ଜେଇ ଗଛ କଟାଯିବା ସମୟରେ ପୁଲିସ ଚଢ଼ାଉ କରିଥିଲା। ଗଞ୍ଜେଇ ଚାଲାଣକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ଚାଲାଣ ପାଇଁ ଲୁଚାଇ ରଖାଯାଇଥିବା ଏହି ଗଞ୍ଜେଇକୁ ଜବତ କରାଯାଇଛି।

ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନଙ୍କ ନିର୍ଦେଶକ୍ରମେ ଏସଆଇ ଅଜୟ ସାହୁ,ଏସଆଇ ଦୀପକ କୁମାର ରାଉତ ଓ ଏଏସଆଇ ପ୍ରମୋଦ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ଏହି ଚଢ଼ାଉ କରିଥିଲା। ଏ ନେଇ ଏକ ମାମଲା(୧୩୬/୨୪) ରୁଜୁ ହୋଇଛି।

- Advertisement -

୍ଣସହିପରି ଫିରିଙ୍ଗିଆ ଅତିରିକ୍ତ ଥାନା ଅଧିକାରୀ ଅଜୟ କୁମାର ସାହୁଙ୍କ ନେତୃତ୍ୱ ରେ ଏଏସଆଇ ଶ୍ରୀକାନ୍ତ ପାତ୍ରଙ୍କ ସହ ଏକ ଟିମ ପାଟ୍ରୋଲିଂ କରୁଥିବା ସମୟରେ ଫିରିଙ୍ଗିଆ ଥାନା ବନ୍ଧଗଡ ପଞ୍ଚାୟତର ତେଲିମୁଣ୍ଡା ଛକ ନିକଟରେ ଏକ କାରରୁ ୨୩ କେଜି ଗଞ୍ଜେଇ ଜବତ କରିଛନ୍ତି। ଏହି ଘଟଣାରେ ସାରଙ୍ଗଗଡ ଥାନା କପୁଗୁଡ଼ା ଗାଁର ଚିନ୍ତାମଣି ଦଣ୍ଡିଆଙ୍କୁ ଗିରଫ କରାଯାଇଛି। ଏ ସଂକ୍ରାନ୍ତରେ ଫିରିଙ୍ଗିଆ ଥାନାରେ ଏକ ମାମଲା(୧୩୭/୨୪) ରୁଜୁ ହୋଇଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories