www.samajalive.in
Sunday, December 14, 2025
19.1 C
Bhubaneswar

ଆସିଲା ଏହି ମୋଟରସାଇକେଲର ଲିମିଟେଡ୍ ଏଡିଶନ୍, ବିକ୍ରି ହେବ ମାତ୍ର ୯୨୫ଟି ବାଇକ୍

ନୂଆଦିଲ୍ଲୀ : ଟ୍ରାଏମ୍ଫ ନିଜ ବେନଭିଲେ ଟି୧୨୦ ମୋଟରସାଇକେଲର ଏଲ୍ଭିସ୍ ପ୍ରେସ୍ଲି ଲିମିଟେଡ୍ ଏଡିଶନର ବଜାର ପ୍ରବେଶ କରିଛି ।  କମ୍ପାନୀ ଏହାକୁ ଦେଶ ବାହାର ବଜାରରେ ଲଞ୍ଚ୍ କରିଛି । ଏହି ମଡେଲ ରକ୍ ଏଣ୍ଡ୍ ରୋଲ୍ ଆଇକନ୍ ଏଲଭିସ୍ ପ୍ରେସଲିଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି । କମ୍ପାନୀ ଏହି ମଡେଲର ମାତ୍ର ୯୨୫ ୟୁନିଟ୍ ବିକିବ । ଏଲଭିସ୍ ଏବଂ ଟ୍ରାଏମ୍ଫ ମଧ୍ୟରେ ୧୯୬୫ ମସିହାର କନେକ୍ସନ ରହିଛି, ଯେବେ ସେ ନିଜ ବନ୍ଧୁଙ୍କୁ ଟି୧୨୦ ଚଳାଇଥିଲେ । ଏଲଭିସ୍ ଏଥିରେ ବହୁତ ପ୍ରଭାବିତ ହୋଇଥିଲେ ଏବଂ ସେ ନିଜ ସମସ୍ତ ସଦସ୍ୟଙ୍କ ପାଇଁ ଗୋଟିଏ ଗୋଟିଏ କାର୍ ମଗାଇଥିଲେ ।

ଏହି ସ୍ପେଶାଲ ବୋନଭିଲେ ଟି୧୨୦ର ପ୍ରତି ୟୁନିଟ୍ ଏକ ବିଶେଷ ଏଲ୍ଭିସ୍ ପ୍ରେସଲି ଏବଂ ଟ୍ରାଏମ୍ଫ ମୋଟରସାଇକେଲ ରେକର୍ଡ ସ୍ଲିଭ୍ ସହିତ ଆସିବ ଯେଉଁଥିରେ ମାନ୍ୟ ସାର୍ଟିଫିକେଟ ସାମିଲ ହେବ । ଏଥିରେ ଟ୍ରାଏମ୍ଫର ସିଇଓ ନିକ୍ ବ୍ଲୋର ଏବଂ ଏବିଜି, ଏଲଭିସ୍ ପ୍ରେସଲି ଏଣ୍ଟରପ୍ରାଇଜେଜର ପ୍ରତିଷ୍ଠାତା ଜେମୀ ସାଲ୍ଟରଙ୍କ ସିଗ୍ନେଚର ରହିବ । ଏହାର ଦାମ୍ କମ୍ପାନୀ ୧୫.୩୨ ଲକ୍ଷ ରଖିଛି । ଏହାର  ବୁକିଂ ମଧ୍ୟ ଆରମ୍ଭ କରିଦେଇଛି କମ୍ପାନୀ ।

- Advertisement -

ମୋଟରସାଇକେଲରେ ୧୨୦୦ ସିସିର ଇଞ୍ଜିନ୍ ମିଳିବ ଯାହା ୭୮.୯ ବିଏଚପିରେ ୬୫୫୦ ଆରପିଏମର ସର୍ବାଧିକ ପାଓ୍ବର ଏବଂ ୧୦୫ ଏନଏମରେ ୩୫୦୦ର ସର୍ବାଧିକ ଟର୍କ ଉତ୍ପନ କରିବ । ଏଥିରେ ୬ଟି ଗିୟର ମିଳିବ । ଗାଡି ଲିଟର ପିଛା ୨୧ କିଲୋମିଟର ମାଇଲେଜ୍ ପ୍ରଦାନ କରିବ ବୋଲି କମ୍ପାନୀ ସୂଚନା ଦେଇଛି । ବାଇକର ଓଜନ ୨୩୬ କିଲୋଗ୍ରାମ ଏବଂ ଏଥିରେ ୧୪.୫ ଲିଟରର ଇନ୍ଧନ ଟ୍ୟାଙ୍କ ମିଳିବ ।

ଏଥିପାଇଁ ମାରି ଦେଲି ; ବାରମ୍ବାର ଆକ୍ରମଣ କରି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ, ଘର ଯାକ ରକ୍ତଛିଟା..

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories