www.samajalive.in
Tuesday, December 9, 2025
23.1 C
Bhubaneswar

ବିଶୁଦ୍ଧ ପାନୀୟ ଜଳ ଯୋଗାଣରେ ବିଳମ୍ବ, ତେଜୁଛି ଜନ ଅସନ୍ତୋଷ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦରରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣରେ ବିଳମ୍ବ ନେଇ ଜନଅସନ୍ତୋଷ ତେଜୁଥିବା ଦେଖିବାକୁ ମିଳିଛି । କଲ୍ୟାଣସିଂହପୁର ସଦର ଗୁଣ୍ଡିଚା ମନ୍ଦିର ନିକଟରେ ଥିବା ବସୁଧା ଯୋଗେ ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯାଉଛି । ସେଥିରେ ନିୟୋଜିତ ରହିଥିବା କର୍ମଚାରୀମାନେ ପାନୀୟ ଜଳ ଛାଡୁଛନ୍ତି । ଗ୍ରାମରେ ଦୁଇ ଲାଇନ କରିଛନ୍ତି । ଗୋଟିଏ ଲାଇନକୁ ସକାଳୁ ୬ଟା ଆଉ ଗୋଟିଏ ଲାଇନକୁ ଦିନ ୮ଟାକୁ ପାଣି ଯୋଗାଇ ଆସୁଥିଲେ । ତା’ପର ଦିନ ସକାଳୁ ୬ରେ ଦେଇଥିବା ଲାଇନକୁ ୮ରେ ଓ ୮ଟାରେ ଦେଇଥିବା ଲାଇନକୁ ସକାଳ ୬ରେ ପାଣି ଯୋଗାଇ ଆସୁଛନ୍ତି । ପ୍ରାୟ ୨୦ଦିନ ହେବ ପାନୀୟ ଜଳ ଯୋଗାଇବାରେ ଅବ୍ୟବସ୍ଥା ଦେଖାଦେଉଛି । ଯେଉଁ ଲାଇନର ପାଳି ସକାଳ ୬ଟାରେ ରହିଛି ସେହି ଲାଇନକୁ ପାନୀୟ ଜଳ ଯୋଗାଇ ଦିଆଯାଉଛି । ଆଉ ଯେଉଁ ଲାଇନର ପାଳି ୮ଟାରେ ରହିଛି ସେମାନଙ୍କୁ ଦିନ ୧୦ରୁ ୧୧ଟା ମଧ୍ୟରେ ଯୋଗାଯାଉଛି । ସେଥିପାଇଁ ଜନ ଅସନ୍ତୋଷ ଦେଖା ଦେଇଛି । ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ହେଉଥିବା ଯୋଗୁଁ ଦିନ ୧୦ଟା ସମୟରେ ଯଦି ପାଣି ଛଡା ଯିବ ତାହେଲେ ଲୋକଙ୍କ ଅବସ୍ଥା କଣ ହେଉଥିବ ତାହା ସହଜରେ ଅନୁମେୟ । ସେହି ମଧ୍ୟରେ ପୁଣି ବିଦ୍ୟୁତ ଚାଲିଗଲେ ପୁଣି ପାଣି ଛାଡିବାରେ ବିଳମ୍ବ ହେଉଛି । ପାଣି ଛାଡିବା ବିଳମ୍ବ କାହିଁକି ହେଉଛି ବୋଲି ପଚାରିବାରୁ ସେମାନେ କହୁଛନ୍ତି, ପାଣି ଟାଙ୍କିକୁ ଚଢାଇବା ପରେ ଗ୍ରାମକୁ ଯୋଗାଇ ଦିଆଯାଉଛି । ଟାଙ୍କିରେ ପାଣି ରହୁନାହିଁ, ତାହା ଲିକେଜ ରହିଥିବାରୁ ଲୋଡ଼ କରିଥିବା ପାଣି ବାହାରି ଯାଉଛି । ତେଣୁ ଯେତେବେଳେ ସେତେବେଳେ ପାଣି ଟାଙ୍କିକୁ ଚଡ଼ାଇବା ପରେ ଛଡାଯାଉଛି ବୋଲି କହିଛନ୍ତି । ଏହାକୁ ନେଇ ଲମ୍ବତା ସାହିର ଲୋକେ ପାଣି ନ ପାଇ ବ୍ଲକକୁ ଘେରିଥିଲେ । ଏହି ବିଷୟକୁ ନେଇ ସରପଞ୍ଚ ଗୌତମ ବାର୍ଲିଙ୍କୁ ସମସ୍ୟା ବିଷୟରେ କହିବାରୁ ମୋ କଥା କେହି ଶୁଣୁନଥିବା କହିଥିଲେ । ଏହାପରେ ପଞ୍ଚାୟତ ଅଧିକାରୀ ଗଗନ ବିହାରୀ ପାଲକା, ଜଳ ଯୋଗାଣ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ କଲେ ମଧ୍ୟ ଯୋଗାଯୋଗ ହୋଇପାରୁନାହିଁ କି ଏ ବିଷୟରେ ଗୁରୁତ୍ୱ ଦେଉନାହାନ୍ତି । ତୁରନ୍ତ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ସଦରର ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ସଦରବାସୀ ଦାବି କରିଛନ୍ତି ।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories