ପୁରୀ: ୪ଘଣ୍ଟା ପରେ ସ୍ୱାଭାବିକ ହେଲା ଶ୍ରୀମନ୍ଦିରରେ ନୀତିକାନ୍ତି। ମହାପ୍ରଭୁଙ୍କର ହେଲା ମଙ୍ଗଳ ଆଳତି। ପୂଜାପଣ୍ଡା ଓ ସିଂହାରିଙ୍କ ମଧ୍ୟରେ ବିବାଦ ଯୋଗୁଁ ମହାପ୍ରଭୁଙ୍କର ବିବାହ ନୀତିରେ ମଧ୍ୟ ବିଳମ୍ବ ହୋଇଥିଲା। ଆଜି ଭୋର ୫ଟା ୫୬ମିନିଟରେ ବିବାହ ନୀତି ସମ୍ପନ୍ନ ହୋଇଥିଲା। ଆଜି ଶ୍ରୀମନ୍ଦିରରେ ଚମ୍ପକ ଦ୍ୱାଦଶ ନୀତି ରହିଛି। ବର୍ତ୍ତମାନ ସାଧାରଣ ଦର୍ଶନ ଜାରି ରହିଛି। ତେବେ ନୀତି ଶୃଙ୍ଖଳିତ କରାନଗଲେ ଆଗାମୀ ଦିନରେ ଦେବସ୍ନାନ ପୂର୍ଣ୍ଣମୀ ନୀତି ବିଳମ୍ବ ହେବା ନେଇ ଆଶଙ୍କା ରହିଛି।



