www.samajalive.in
Saturday, December 6, 2025
23.1 C
Bhubaneswar

ଇରାନରେ ଭୂକମ୍ପ: ୪ ମୃତ, ୧୨୦ ଆହତ

କଶମାର: ଇରାନର ଉତ୍ତର-ପୂର୍ବ କଶମାରରେ ମଙ୍ଗଳବାର ଭୂମିକମ୍ପରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ୧୨୦ ଜଣ ଲୋକ ଆହତ ହୋଇଛନ୍ତି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୯ ରେକର୍ଡ଼ କରାଯାଇଛି। କଶମାରର ରାଜ୍ୟପାଳ ହାଜାତୁଲ୍ଲାହ ଶରିୟତମାଦାରୀ ଭୂକମ୍ପରେ ମୃତାହତଙ୍କ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦିନ ୧ଟା ୨୪ରେ ଭୂମିକମ୍ପ ହୋଇଥିଲା। ଏହି ଭୂକମ୍ପ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ଅଧିକାଂଶ ପୁରୁଣା କୋଠାକୁ ନଷ୍ଟ କରିଦେଇଛି।

ଯୁକ୍ତରାଷ୍ଟ୍ରର ଭୂତତ୍ତ୍ବ ସର୍ବେକ୍ଷଣ ଅନୁଯାୟୀ, ୧୦ କିଲୋମିଟର ଗଭୀରତାରେ ଏହି ଭୂକମ୍ପ ଘଟିଛି। ସରକାରୀ ଟେଲିଭିଜନରେ ଭୂକମ୍ପର କ୍ଷୟକ୍ଷତିର ଫୁଟେଜ୍ ପ୍ରସାରିତ ହୋଇଛି, ଯେଉଁଥିରେ କୋଠାଗୁଡ଼ିକ ଧ୍ୱଂସ ହୋଇଯାଇଥିବା ଦେଖିବାକୁ ମିଳିଛି। ଏଥିସହିତ ଲୋକମାନେ ଆବର୍ଜନା ହଟାଇବା ଏବଂ ରାସ୍ତାରେ କାମ କରୁଥିବା ଦେଖିବାକୁ ମିଳିଛି।

- Advertisement -

 

 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories