www.samajalive.in
Saturday, December 13, 2025
21.1 C
Bhubaneswar

ପୁରସ୍କାର ରାଶି ଦାନକଲେ ଡା ରାମଚନ୍ଦାନୀ: ୧୦ ଜଣ କର୍କଟ ରୋଗୀଙ୍କୁ ୫ହଜାର ଲେଖାଏଁ ଦାନ କଲେ

ବୁର୍ଲା: ପୁଣି ଚର୍ଚ୍ଚାରେ ଡାକ୍ତର ରାମଚନ୍ଦାନୀ। ସାମାଜିକ ସେବା ପାଇଁ ଲାଭ କରିଥିବା ସମ୍ମାନର ଅର୍ଥରାଶିକୁ ପ୍ରଦାନ କରି ଭିମ୍ସାର ମେଡିସିନ୍ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଶଙ୍କର ରାମଚନ୍ଦାନୀ କର୍କଟ ରୋଗୀଙ୍କୁ ଦାନ କରି ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। କିଛିଦିନ ପୂର୍ବରୁ ଡା ରାମଚନ୍ଦାନୀ ପ୍ରଫେସର ରାଧାମୋହନ ସ୍ମୃତି ସମ୍ମାନରେ ସମ୍ମାନୀତ ହୋଇଥିଲେ। ନିଃସ୍ବାର୍ଥ ରୋଗୀ ସେବା ପାଇଁ ରାଧାମୋହନ ସ୍ମୃତି କମିଟି ପକ୍ଷରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଏଥିରେ ପୁରସ୍କାର ଭାବେ ମାନପତ୍ର ସହ ତାଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଏହି ୫୦ ହଜାର ଟଙ୍କାକୁ ଡା ରାମଚନ୍ଦାନୀ ୧୦ ଜଣ କର୍କଟ ରୋଗୀଙ୍କ ମଧ୍ୟରେ ୯ ଜଣ ରୋଗୀଙ୍କୁ ୫ ହଜାର ଲେଖାଏଁ ଦାନ କରିଛନ୍ତି। କର୍କଟ ରୋଗୀ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଥିବାବେଳେ ଜଣେ ଛତିଶଗଡ଼ ରାଜ୍ୟର ବୋଲି ଜଣାପଡ଼ିଛି। ତେବେ ରାମଚନ୍ଦାନୀ ଙ୍କ ଦ୍ୱାରା ଏକ ଟଙ୍କିକିଆ କ୍ଲିନିକ୍ ସହିତ ଟଙ୍କିକିଆ ଔଷଧ ସେବା ଏବଂ ପରୀକ୍ଷା ସେବା ନିୟମିତ ଯୋଗାଇ ଅନେକ ଗରିବ ରୋଗୀ ଉପକୃତ ହୋଇ ଆସୁଛନ୍ତି। ଡାକ୍ତର ରାମଚନ୍ଦାନୀ ଏହିଭଳି ଭାବରେ ନିୟମିତ ଭାବରେ ବିଭିନ୍ନ ବର୍ଗର ଗରିବଙ୍କୁ ସହାୟତା ପ୍ରଦାନ କରି ଉଚ୍ଚ ପ୍ରଶଂସିତ ହୋଇ ଆସୁଛନ୍ତି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories