www.samajalive.in
Saturday, December 6, 2025
26.1 C
Bhubaneswar

ଡିପ୍‌ଥେରିଆ ପାଇଁ ଆଜିଠୁ ବୁଷ୍ଟର ଡୋଜ୍ ଟିକାକରଣ

ରାୟଗଡା: କାୟା ମେଲାଉଛି ଡପଥେରିଆ। ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ଆଜିଠୁ ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ଆରମ୍ଭ ହେବ ବୁଷ୍ଟର ଡୋଜ୍ ଟିକାକରଣ। ୧ ବର୍ଷ ଶିଶୁଙ୍କୁ ପେଣ୍ଟାଡୋଜ୍ ଓ ୫ରୁ ୧୫ ବର୍ଷଙ୍କୁ ଟିଡି ଡୋଜ୍ ଦିଆଯିବ। ରାୟଗଡାରୁ ଆରମ୍ଭ ହୋଇଥିବା ସଂକ୍ରମଣ ଏବେ କୋରାପୁଟ ଏବଂ କଳାହାଣ୍ଡି ଜିଲ୍ଲାକୁ ବ୍ୟାପିଲାଣି। ତେଣୁ ଚିନ୍ତା ବଢୁଛି। ୩ ସଂକ୍ରମିତ ଜିଲ୍ଲାରେ ସ୍ଵାସ୍ଥ୍ୟ ବିଭାଗର ଏକ ଟିମ୍ ଗାଁ ଗାଁ ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଏ ଯାଏଁ ଡିପଥେରିଆ ନେଲାଣି ୫ଜଣଙ୍କ ଜୀବନ। ଚିହ୍ନଟ ହେଲେ ୨୧ ସନ୍ଦିଗ୍ଧ ଆକ୍ରନ୍ତ। କାଶୀପୁର ବ୍ଲକରୁ ୧୫ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। କୋରାପୁଟ ବନ୍ଧୁଗାଁରୁ ଜଣେ ଏବଂ କଳାହାଣ୍ଡି ଜିଲ୍ଲାରୁ ୪ରୁ ୫ ଜଣ ଚିହ୍ନଟ ହୋଇଥିବା ସୂଚନା ମିଳିଛି।ଜନସ୍ଵାସ୍ଥ୍ୟ ନିର୍ଦେଶକ କହିଛନ୍ତି ଆଣ୍ଟିବାୟୋଟିକ୍ ଦ୍ଵାରା ଡିପଥେରିଆ ମୂଳପୋଛ ହୋଇପାରିବ। ଯେହେତୁ ଏହା ବାୟୁବାହିତ ରୋଗ, ତେଣୁ ଲୋକମାନଙ୍କୁ ମାସ୍କ ପିନ୍ଧିବାକୁ ଅପିଲ୍ କରାଯାଇଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories