www.samajalive.in
Sunday, December 14, 2025
23.1 C
Bhubaneswar

ସିପିଇସିକୁ ସାମରିକ ରୂପରେଖ ଦିଆଯିବ ନାହିଁ : ପାକିସ୍ତାନ

ଇସଲାମାବାଦ : ଚୀନ-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ହେଉଛି ପାକିସ୍ତାନ ଓ ଚୀନ ମଧ୍ୟରେ ଆର୍ଥିକ ସହଯୋଗିତାର ପ୍ରକଳ୍ପ। ଏହାକୁ ସାମରିକ ରୂପରେଖ ଦିଆଯିବ ନାହିଁ ବୋଲି ପାକିସ୍ତାନ କହିଛି। ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ମହମ୍ମଦ ଫୈଜଲ କହିଛନ୍ତି ଯେ ଚୀନ ସହ ଆର୍ଥିକ କାରବାର ଓ ସହଯୋଗ ଲାଗି ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି। ଏହି ପ୍ରକଳ୍ପକୁ ସାମରିକ ରୂପରେଖ ଦିଆଯିବର ନାହିଁ। ଏହା ଚୀନ-ପାକିସ୍ତାନର ଦ୍ବିପାକ୍ଷିକ ଅର୍ଥନୈତିକ ପ୍ରକଳ୍ପ। ଏହି ପ୍ରକଳ୍ପ ଦ୍ବାରା ଦୁଇଦେଶ ଆର୍ଥିକ ଫାଇଦା ପାଇବେ।
ଇମ୍ରାନ ଖାଁ ନେତୃତ୍ବ ସରକାର କ୍ଷମତାକୁ ଆସିବା ପରେ ସିପିଇସି ପ୍ରକଳ୍ପର ଉଦ୍ଦେଶ୍ୟ ପରିବର୍ତ୍ତନ ହେବାର ଆଶଙ୍କା ପ୍ରକାଶ ପାଇଥିଲା। ଏହି କରିଡର ଦେଇ ଚୀନ ଓ ପାକିସ୍ତାନ ସାମରିକ କାରବାର କରିବା ନେଇ ବ୍ରିଟେନସ୍ଥିତ ଫାଇନାନ୍ସିଆଲ ଟାଇମ୍ସରେ ରିପୋର୍ଟ ପ୍ରକାଶ ପାଇଥିଲା। ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ଯେ ୬୨୦୦ କୋଟି ଡଲାରର ଏହି ପ୍ରକଳ୍ପ ଉପରେ ସମୀକ୍ଷା ଲାଗି ଇମ୍ରାନ ଏକ ୯ଜଣିଆ କମିଟି ଗଠନ କରିଛନ୍ତି। ଇମ୍ରାନ ତାଙ୍କର ଚୀନ ଗସ୍ତ କାଳରେ ଏହି ସିପିଇସି ପ୍ରକଳ୍ପକୁ ପ୍ରଶଂସା କରିବା ସହିତ ପାକିସ୍ତାନର ଅର୍ଥନୀତି ଉପରେ ଏହାର ପ୍ରଭାବ ସମ୍ପର୍କରେ କହିଥିଲେ।
ଗତ ନଭେମ୍ବରରେ ଚୀନ-ପାକିସ୍ତାନ ସିପିଇସି ଦେଶ ବସ୍ ସେବା ଆରମ୍ଭ କରିଥିଲେ। ଏହି ବସ୍ ସେବାକୁ ନେଇ ଭାରତ ଦୃଢ ବିରୋଧ କରିଥିଲା। ଭାରତ କହିଥିଲା ଯେ ଏହି ବସ୍ ସେବା ନୂଆଦିଲ୍ଲୀର ସାର୍ବଭୌମତ୍ବ ଓ ଅଖଣ୍ଡତାକୁ ଉଲ୍ଲଙ୍ଘନ କରୁଛି। ଭାରତର ଏହି ବିରୋଧକୁ ଉଭୟ ଚୀନ ଓ ପାକିସ୍ତାନ ଅସ୍ବୀକାର କରିଥିଲେ। ପାକିସ୍ତାନ ଅଧିକୃତ କାଶ୍ମୀର ଦେଇ ସିପିଇସି ନିର୍ମାଣ କରାଯାଇଛି; ଯାହାକୁ ଭାରତ ନିଜର ଅଂଶ ବୋଲି ଦାବି କରିଆସୁଛି। ପିଓକେ ଦେଇ ସିପିଇସି ନିର୍ମାଣ ହୋଇଥିବାରୁ ଏହା ଭାରତର ସାର୍ବଭୌମତ୍ବକୁ ଉଲ୍ଲଙ୍ଘନ କରୁଥିବା ନୂଆଦିଲ୍ଲୀ ଅଭିଯୋଗ କରିଛି। ଭାରତର ଅଭିଯୋଗକୁ ଖଣ୍ଡନ କରି ଚୀନ କହିଛି ଯେ ସମଗ୍ର ଜାମ୍ମୁ-କାଶ୍ମୀର ଏକ ବିବାଦୀୟ ଅଞ୍ଚଳ। ଚୀନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଲୁ କାଙ୍ଗ କହିଥିଲେ ଯେ ସିପିଇସି ଏକ ଅର୍ଥନୈତିକ ପ୍ରକଳ୍ପ। ଏହା ପଛରେ କୌଣସି ତୃତୀୟ ଦେଶକୁ କ୍ଷତି ପହଞ୍ଚାଇବାର ଉଦ୍ଦେଶ୍ୟ ନାହିଁ। ଭାରତର ଅଭିଯୋଗ ଦ୍ବାରା ଜାମ୍ମୁ-କାଶ୍ମୀର ପ୍ରତି ଚୀନର ଦୃଷ୍ଟିକୋଣରେ କୌଣସି ପରିବର୍ତ୍ତନ ହେବାର ନାହିଁ ବୋଲି କାଙ୍ଗ କହିଥିଲେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories