www.samajalive.in
Sunday, December 14, 2025
19.1 C
Bhubaneswar

ସରପଞ୍ଚ ହେବାକୁ ଶେଷ ଇଚ୍ଛା – ସିଦ୍ଧାନ୍ତ

ଭୁବନେଶ୍ୱର : ପ୍ରଥମ ଥର ବିଧାନସଭା ନିର୍ବାଚନ ଲଢିବା ସହ ଜିତିବା ପରେ ବିଧାୟକ ଭାବେ ଶପଥ ଗ୍ରହଣ ପାଇଁ ଆଜି ବିଧାନସଭାକୁ ଆସିଥିଲେ ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ର। ବିଧାନସଭା ପ୍ରଥମ ଦିନରେ ବିଜେପି ବିଧାୟକ ସିଦ୍ଧାନ୍ତଙ୍କ ପ୍ରତିକ୍ରିୟା ମିଳିଛି। ସରପଞ୍ଚ ହେବାକୁ ଶେଷ ଇଚ୍ଛା ବୋଲି କହିଲେ ସିଦ୍ଧାନ୍ତ ମହାପାତ୍ର। ସାଂସଦ ଭାବେ ଅନୁଭୂତି ଥିଲା, ଏବେ ବିଧାୟକ ହେଲି। ଶେଷ ଇଚ୍ଛା ଅଛି, ଥରେ ସରପଞ୍ଚ ହେବି ବୋଲି କହିଲେ ସିଦ୍ଧାନ୍ତ।
ସୂଚନା ଯୋଗ୍ୟ, ବିଧାନସଭାକୁ ସାଇକେଲରେ ଆସିଥିଲେ ସିଦ୍ଧାନ୍ତ ମହାପାତ୍ର। ସାଇକେଲରେ ଆସିବା ସହ ସେ ପରିବେଶ ସୁରକ୍ଷା ପାଇଁ ବାର୍ତ୍ତା ଦେଇଥିଲେ। ପାଖ ସ୍ଥାନକୁ ଯିବା ଆସିବା ପାଇଁ ସାଇକେଲ ବ୍ୟବହାର କରିବାକୁ ସେ ଲୋକଙ୍କୁ ଅପିଲ କରିଛନ୍ତି। ବିଧାନସଭାଠାରୁ ମାତ୍ର ୧କି.ମି କିମ୍ବା ୨କି.ମି ମଧ୍ୟରେ ତାଙ୍କର ଘର ହୋଇଥିବାରୁ ସେ ଏଥିପାଇଁ ସାଇକେଲରେ ଆସିଥିବା କହିଛନ୍ତି। ଅନ୍ୟ ନେତା ଓ ମନ୍ତ୍ରୀଙ୍କୁ ମଧ୍ୟ ଏପରି କରିବା ସେ ଅପିଲ୍‌‌ କରିଛନ୍ତି। ପୂର୍ବରୁ ସାଂସଦ ରହିବା ପରେ ଏଥର ବିଜେଡି ଛାଡି ବିଜେପିରେ ଯୋଗ ଦେଇ ଦିଗପହଣ୍ଡି ବିଧାନସଭା ଆସନରୁ ନିର୍ବାଚନ ଲଢି ବିଜୟ ହୋଇଥିଲେ ସିଦ୍ଧାନ୍ତ। ଅନେକ ସମୟରେ ସିଦ୍ଧାନ୍ତଙ୍କୁ ଭୁବନେଶ୍ୱର ସହରରେ ସାଇକେଲ ଚଳାଇ ଯିବା ଆସିବା କରୁଥିବା ଦେଖିବାକୁ ମିଳିଥାଏ।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories