କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା: ମେରିଟ୍ ଲିଷ୍ଟ ଆଧାରରେ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ
କଟକ: କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାର ରାୟ ପ୍ରକାଶ ପାଇଛି। ମେରିଟ୍ ଲିଷ୍ଟ ଆଧାରରେ ନିଯୁକ୍ତି ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଓସେପା ମେରିଟ୍ ଲିଷ୍ଟକୁ କାଏମ ରଖିଲେ ହାଇକୋର୍ଟ। ସୂଚନା ଅନୁସାରେ ଜିଲ୍ଲାୱାରୀ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଏକାଧିକ ଅପିଲ୍ ହୋଇଥିଲା। ଯାହାର ଶୁଣାଣି କରି ହାଇକୋର୍ଟ ରାୟ ପ୍ରକାଶ କରିଛନ୍ତି। ମେରିଟ୍ ଲିଷ୍ଟ ସହ ପ୍ରିଫରେନ୍ସକୁ ଗୁରୁତ୍ୱ ଦେଇ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଆଜି ଦୁଇ ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି।
Comments are closed.