www.samajalive.in
Saturday, December 6, 2025
19.1 C
Bhubaneswar

ସାଇକେଲ ଚଳାଇ ବିଧାନସଭା ଆସିଲେ ସିଦ୍ଧାନ୍ତ

ଭୁବନେଶ୍ୱର: ପ୍ରଥମ ଥର ବିଧାନସଭା ନିର୍ବାଚନ ଲଢିବା ସହ ଜିତିବା ପରେ ବିଧାୟକ ଭାବେ ଶପଥ ଗ୍ରହଣ ପାଇଁ ଆଜି ବିଧାନସଭାକୁ ସାଇକେଲରେ ଆସିଛନ୍ତି ସିଦ୍ଧାନ୍ତ ମହାପାତ୍ର। ସାଇକେଲରେ ଆସିବା ସହ ସେ ପରିବେଶ ସୁରକ୍ଷା ପାଇଁ ବାର୍ତ୍ତା ଦେଇଛନ୍ତି। ପାଖ ସ୍ଥାନକୁ ଯିବା ଆସିବା ପାଇଁ ସାଇକେଲ ବ୍ୟବହାର କରିବାକୁ ସେ ଲୋକଙ୍କୁ ଅପିଲ କରିଛନ୍ତି। ବିଧାନସଭାଠାରୁ ମାତ୍ର ୧କି.ମି କିମ୍ବା ୨କି.ମି ମଧ୍ୟରେ ତାଙ୍କର ଘର ହୋଇଥିବାରୁ ସେ ଏଥିପାଇଁ ସାଇକେଲରେ ଆସିଥିବା କହିଛନ୍ତି। ଅନ୍ୟ ନେତା ଓ ମନ୍ତ୍ରୀଙ୍କୁ ମଧ୍ୟ ଏପରି କରିବା ସେ ଅପିଲ୍‌‌ କରିଛନ୍ତି। ପୂର୍ବରୁ ସାଂସଦ ରହିବା ପରେ ଏଥର ବିଜେଡି ଛାଡି ବିଜେପିରେ ଯୋଗ ଦେଇ ଦିଗପହଣ୍ଡି ବିଧାନସଭା ଆସନରୁ ନିର୍ବାଚନ ଲଢି ବିଜୟ ହୋଇଥିଲେ ସିଦ୍ଧାନ୍ତ। ଅନେକ ସମୟରେ ସିଦ୍ଧାନ୍ତଙ୍କୁ ଭୁବନେଶ୍ୱର ସହରରେ ସାଇକେଲ ଚଳାଇ ଯିବା ଆସିବା କରୁଥିବା ଦେଖିବାକୁ ମିଳିଥାଏ।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories