www.samajalive.in
Saturday, December 13, 2025
21.1 C
Bhubaneswar

ମଶା ପାଇଁ ଚିନ୍ତାରେ ୟୁରୋପ: ପ୍ୟାରିସ୍‌‌ ଅଲିମ୍ପିକ୍ସକୁ ନେଇ ଚିନ୍ତିତ ବିଶେଷଜ୍ଞ

ସମାଜ ଡିଜିଟାଲ ଡେସ୍କ: ୟୁରୋପରେ ଗତ ଦୁଇ ଦଶନ୍ଧି ଧରି ମଶାଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଖାସ କରି ଆକ୍ରମଣକାରୀ ଏସିଆନ୍‌‌ ଟାଇଗର ମଶାଙ୍କ ବଂଶ ବୃଦ୍ଧି ପାଇବାରେ ଲାଗିଥିବାରୁ ଚିନ୍ତାରେ ପଡିଛନ୍ତି ପ୍ରଶାସନ। ଏହା ୟୁରୋପର ୧୩ଟି ଦେଶରେ ବ୍ୟାପିବାରେ ଲାଗିଲାଣି। ଫ୍ରାନ୍ସ, ସ୍ପେନ୍‌‌, ଜର୍ମାନୀ ଏବଂ ଗ୍ରୀସ୍‌‌ ଭଳି ଦେଶରେ ଏସିଆନ୍‌‌ ଟାଇଗର ମଶାଙ୍କ ବଂଶ ବୃଦ୍ଧି ପାଉଛି। ଏହି ମଶାଙ୍କ ବଂଶ ବୃଦ୍ଧି ହେବା ଦ୍ୱାରା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବା ଆଶଙ୍କା ରହିଛି। ଏହି ମଶାଙ୍କ ବଂଶ ବୃଦ୍ଧି ପାଇବାର ଅନେକ କାରଣ ରହିଛି। ଯେପରିକି ଗୋଟିଏ ସ୍ଥାନରେ ଅନେକ ଗୁଡିଏ ମଶା ଏକତ୍ର ହେବା, ଜଳବାୟୁ ପରିବର୍ତ୍ତନ ହେବା, ଡେଙ୍ଗୁ ରୋଗୀ କୌଣସି କାରଣ ବଶତଃ ୟୁରୋପ ଆସୁଥିବାରୁ ଏଠାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ।

୨୦୨୩ ବର୍ଷରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୟୁରୋପରେ ଅଧିକ ରହିଥିବା ଚିହ୍ନଟ ହୋଇଥିଲା। ଏବେ ପ୍ୟାରିସରେ ଅଲିମ୍ପିକ୍ସ କ୍ରୀଡା ଆୟୋଜନ ହେବାକୁ ଯାଉଛି। ଏଥିରେ ସାମିଲ ହେବାକୁ ଦେଶ ବାହାରୁ ଅନେକ ଖେଳାଳୀ ଓ ଲୋକମାନେ ଆସିବେ। ଏହାକୁ ଦୃଷ୍ଟିରେ ରଖି ବିଶେଷଜ୍ଞମାନେ ଡେଙ୍ଗୁ ବଢିବା ଆଶଙ୍କା ରହିଥିବା କହିଛନ୍ତି। ମଶାଠୁ ଦୂରେଇ ରହିବାକୁ ଚେଷ୍ଟା କରିବା ଭଳି କିଛି ସାମଗ୍ରୀ ବ୍ୟବହାର କରିବାକୁ ଲୋକଙ୍କୁ ପରାଶର୍ମ ଦିଆଯାଇଛି। ବଗିଚାରେ ଜମା ହେଉଥିବା ପାଣି ସବୁ ନିଷ୍କାସନ କରିବା ଜରୁରୀ। ଯେଉଁଠାରେ କି ମଶାଙ୍କ ବଂଶ ଅଧିକ ବୃଦ୍ଧି ହୋଇଥାଏ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories