www.samajalive.in
Monday, December 15, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ: ଝିଅ ୟୁପିଏସସି ପରୀକ୍ଷା ଦେଇପାରିଲାନି ବୋଲି…କାନ୍ଦି କାନ୍ଦି ତଳେ ଗଡ଼଼ିଗଲେ ମା’, ଚେତା ହରାଇଲେ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି)ର ପ୍ରାରମ୍ଭିକ ପରୀକ୍ଷା ରବିବାର ଆୟୋଜିତ ହୋଇଯାଇଛି। ଦେଶବ୍ୟାପୀ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଲକ୍ଷାଧିକ ଛାତ୍ରୀଛାତ୍ର ପରୀକ୍ଷା ଦେଇଛନ୍ତି। କିନ୍ତୁ ଗୁରୁଗ୍ରାମରେ ଏକ ପରୀକ୍ଷା କେନ୍ଦ୍ରରେ ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏଠାରେ ଜଣେ ଛାତ୍ରୀ ପରୀକ୍ଷା ଦେବାକୁ ଆସିଥିଲେ। କିନ୍ତୁ ବିଳମ୍ବରେ ପହଞ୍ଚିବା ଯୋଗୁ ତାଙ୍କୁ କେନ୍ଦ୍ରରେ ପ୍ରବେଶ କରିବାକୁ ଅନୁମତି ମିଳି ନ ଥିଲା। ବାସ ଏତିକିରେ ସବୁକିଛି ଯେମିତି ଓଲଟପାଲଟ ହୋଇଯାଇଥିଲା। ଝିଅଟି ପରୀକ୍ଷା ଦେବାରୁ ବଞ୍ଚିତ ହେବାରୁ ତା’ ମା’ବାପା ଧୈର୍ଯ୍ୟହରା ହୋଇପଡ଼ିଥିଲେ। ପରୀକ୍ଷା କେନ୍ଦ୍ର ନିକଟରେ ସେମାନେ କାନ୍ଦିବାକୁ ଆରମ୍ଭ କରିଥିଲେ। କେବଳ କାନ୍ଦି ନ ଥିଲେ ଛାତ୍ରୀଙ୍କ ମା’ କାନ୍ଦି କାନ୍ଦି ତଳେ ଗଡ଼଼ିଯାଇଥିଲେ। ତାଙ୍କ ସ୍ୱାମୀ କାନ୍ଦି କାନ୍ଦି ତାଙ୍କୁ ବୁଝାଇବା ସହିତ ତଳୁ ଉଠାଇବାକୁ ଚେଷ୍ଟା କରୁଥିଲେ, ହେଲେ ମହିଳା ଜଣକ ଉଠି ନ ଥିଲେ। ସେମିତି ତଳେ ଗଡ଼଼ି କାନ୍ଦି ଚାଲିଥିଲେ। କିଛି ସମୟ ପରେ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ।

- Advertisement -

ଛାତ୍ରୀ ଜଣକ ମା’ବାପାଙ୍କୁ ବୁଝାଇବାକୁ ଚେଷ୍ଟା କରି କହୁଥିଲେ ଯେ, କାହିଁକି ଏମିତି ହେଉଛ ! ଆସନ୍ତା ବର୍ଷ ପରୀକ୍ଷା ଦେଇଦେବି। କିନ୍ତୁ ଝିଅର ପରୀକ୍ଷା ପ୍ରସ୍ତୁତି ସମୟର ପରିଶ୍ରମ ଦେଖିଥିବା ମା’ବାପା ଗୋଟିଏ ବର୍ଷ ନଷ୍ଟ ହୋଇଗଲା ବୋଲି ଦୁଃଖରେ ଭାଙ୍ଗିପଡ଼ିଥିଲେ। ତାଙ୍କ ମା’ ସେହି ସ୍ଥାନ ଛାଡ଼ି ଯିବାକୁ ନାରାଜ ଥିଲେ। ଏହି ସମୟର ଦୃଶ୍ୟକୁ କିଛି ଲୋକ ନିଜ ମୋବାଇଲରେ ରେକର୍ଡ କରି ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories