www.samajalive.in
Saturday, December 6, 2025
14.1 C
Bhubaneswar

ମାଂସଭକ୍ଷୀ ଜୀବାଣୁ ଠାବ, ୨ ଦିନରେ ମୃତ୍ୟୁ

ଟୋକିଓ: ଜାପାନରେ ଏକ ବିରଳ ମାଂସଭକ୍ଷୀ ଜୀବାଣୁ ଠାବ କରାଯାଇଛି। ଏହା ସଂକ୍ରମଣ ହେବାର ଦୁଇଦିନ ମଧ୍ୟରେ ସଂକ୍ରମିତଙ୍କର ମୃତ୍ୟୁ ଘଟୁଥିବା କୁହାଯାଉଛି। କୋଭିଡ-୧୯ ମହାମାରୀରୁ ବିଶ୍ବ ମୁକୁଳୁଥିବାବେଳେ ଜାପାନରେ ଏବେ ଷ୍ଟ୍ରେପ୍ଟୋକୋକାଲ ଟକ୍ସିକ ସକ୍ ସିଣ୍ଡ୍ରୋମ (ଏସ୍ଟିଏସଏସ) ଜୀବାଣୁ ଜନିତ ରୋଗ ବ୍ୟାପୁଛି। ଏହି ସଂକ୍ରମଣର ତୁରନ୍ତ ଉପଯୁକ୍ତ ଚିକିତ୍ସା କରାନଗଲେ ୪୮ ଘଣ୍ଟା ମଧ୍ୟରେ ଜୀବନ ଯାଉଥିବା ଗବେଷକମାନେ କହିଛନ୍ତି।

ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଇନ୍ଫେକ୍ସିୟସ୍ ଡିଜିଜେସ୍ ପକ୍ଷରୁ କୁହାଯାଇଛି ଯେ ଜାପାନରେ ଚଳିତ ବର୍ଷ କେବଳ ଏହି ଜୀବାଣୁ ଦ୍ୱାରା ପ୍ରାୟ ୧ହଜାର ଲୋକ ସଂକ୍ରମିତ ହୋଇଥିବା ଜଣାଯାଇଛି। ଗତବର୍ଷ ତୁଳନାରେ ଏହି ସଂଖ୍ୟା ଅଧିକ ରହିଛି। ଏହି ସଂକ୍ରମଣରେ ଭୀଷଣ ଜ୍ବର, ଶରୀର ବିନ୍ଧା, ରକ୍ତଚାପ ହ୍ରାସ, ଟିସ୍ୟୁଗୁଡିକ ନଷ୍ଟ ହୋଇଯିବା ସହିତ ଖୁବ୍ଶୀଘ୍ର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଅକାମୀ ହୋଇଯାଉଛି ଏବଂ ଏହାର ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରୁ ନାହିଁ। ବିଶେଷକରି ୫୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଏହା ସଂକ୍ରମିତ କରୁଛି। ଏହାକୁ ନେଇ ଜାପାନ ଓ ବିଶ୍ବର ଚିକିତ୍ସା ବିଜ୍ଞାନୀମାନେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ବିଶେଷଜ୍ଞମାନେ କହିଛନ୍ତି, ଆନ୍ତର୍ଜାତିକ ଗମନାଗମନ କାରଣରୁ ଏହି ରୋଗ ସାରା ବିଶ୍ବକୁ ବ୍ୟାପିବା ଆଶଙ୍କା ରହିଛି। ଏହା ରୋକିବା ପାଇଁ ଉପଯୁକ୍ତ ସ୍ବାସ୍ଥ୍ୟରକ୍ଷା ସହିତ ନିୟମିତ ଭାବରେ ହାତ ଧୋଇବା ଏବଂ ଚର୍ମରେ କୌଣସି କ୍ଷତ ହେଲେ ତୁରନ୍ତ ଚିକିତ୍ସା କରାଇବା ଗୁରୁତ୍ବପୂର୍ଣ୍ଣ ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories