www.samajalive.in
Monday, December 15, 2025
26.1 C
Bhubaneswar

ଶୌଚାଳୟରେ ବସିଥିଲା ନାଗ ସାପ: ବ୍ୟକ୍ତି ଜଣଙ୍କ ଦେଖିବା ମାତ୍ରେ …

ସମାଜ ଡିଜିଟାଲ ଡେସ୍କ: ରାସ୍ତାରେ କିମ୍ବା ଘରେ ସାପ ଦେଖିବା ସାଧାରଣତଃ ଭୟାନକ ଅଟେ। ହେଲେ କେବେ ଭାବିଛନ୍ତି କି ସକାଳୁ ସକାଳୁ ଶୌଚାଳୟକୁ ଯିବାମାତ୍ରେ ଯଦି ଆପଣ ଅଚାନକ ନାଗ ସାପ ଦେଖନ୍ତି ତେବେ କିଭଳି ଅବସ୍ଥା ହେବ। ଭୟରେ ଚିତ୍କାର କରିବା ସ୍ୱଭାବିକ। ବାସ୍ତବରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ଛତିଶଗଡର ଦୁର୍ଗ ଜିଲାରୁ ସାମ୍ନାକୁ ଆସିଛି। ସୂଚନା ଅନୁସାରେ ଜିଲାର ବିବେକାନନ୍ଦ କଲୋନୀରେ ଅବସ୍ଥିତ ଏକ ଘରର ଶୌଚାଳୟରେ ହଠାତ ଏକ ନାଗ ସାପ ଥିବାରୁ ଦେଖିବାକୁ ମିଳିଥିଲା। ଘରେ ରହୁଥିବା ପରିବାରର ଜଣେ ସଦସ୍ୟ ସକାଳୁ ସକାଳୁ ଶୌଚାଳୟ ଯିବାବେଳେ ହଠାତ ସାପଟି ଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଘଟଣା ସମ୍ପର୍କରେ ତୁରନ୍ତ ସ୍ନେକ୍‌‌ ହେଲପ୍‌‌ ଲାଇନ ନମ୍ବରରେ ସୂଚନା ଦେଇଥିଲେ। ଏହାପରେ ସ୍ନେକ୍‌‌ ହେଲପ ଲାଇନର ସଦସ୍ୟ ରାଜ୍‌‌ କୁମାର ଘଟଣାସ୍ଥଳରେ ପହଂଚି ତୁରନ୍ତ ସାପଟିକୁ ଉଦ୍ଧାର କରିଥିଲେ। ଏହାପରେ ଫାଶରେ ସାପଟିକୁ ନେଇ ସୁରକ୍ଷିତ ଭାବରେ ଅନ୍ୟତ୍ର ସ୍ଥାନରେ ଛାଡି ଦେଇଥିଲେ। ସଂପୃକ୍ତ ପରିବାରର ସଦସ୍ୟମାନେ ଦୀର୍ଘ ନିଶ୍ୱାସ ନେଇଥିଲେ। ଯଦି ସାପଟିକୁ ଠିକ୍‌‌ ସମୟରେ ଧରାଯାଇନଥାନ୍ତା ତେବେ ସାପଟି ପରିବାର ସଦସ୍ୟଙ୍କୁ କ୍ଷତି ପହଞ୍ଚାଇଥାନ୍ତା।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories