ପେଟିଏମର ଏହି ବ୍ୟବସାୟକୁ କିଣିବାକୁ ଚାହୁଁଛି ଜୋମାଟୋ, ମିଳିପାରେ ୧୫୦୦ କୋଟି
ନୂଆଦିଲ୍ଲୀ : ଫୁଡ୍ ଡେଲିଭରୀ କମ୍ପାନୀ ଜୋମାଟୋ ପେଟିଏମର ବଡ ବ୍ୟବସାୟ କିଣିବା ପାଇଁ ଯୋଜନା କରୁଛି। ଜୋମାଟୋ ପେଟିଏମର ଟିକେଟିଂ ଏବଂ ଇଭେଣ୍ଟ ବ୍ୟବସାୟକୁ କିଣିବା ପାଇଁ ଆଲୋଚନା କରୁଛି । ଆକଳନ କରାଯାଉଛି ୧୫୦୦ କୋଟି ଟଙ୍କାରେ ଏହି ଚୁକ୍ତି ହୋଇପାରେ ।
ଜୋମାଟୋ ନିଜ ବ୍ୟବସାୟୀକୁ ଅନ୍ୟ କ୍ଷେତ୍ରରେ ବିସ୍ତାର କରିବାକୁ ଚାହୁଁଛି । ଏଥିପାଇଁ ପେଟିଏମର ଏହି ବ୍ୟବସାୟକୁ କିଣିବା ପାଇଁ ବିଚାର କରୁଛି । ଯଦି ଏହି ଡିଲ୍ ସମ୍ପୂର୍ଣ୍ଣ ହେଉଛି ତେବେ ଏହା ଫୁଡ୍ ଡେଲିଭରୀ କମ୍ପାନୀ ଜୋମାଟୋର ଦ୍ବିତୀୟ ସବୁଠାରୁ ବଡ କ୍ରୟ ହେବ । ପୂର୍ବରୁ କମ୍ପାନୀ କ୍ବିକ୍ କମର୍ସ ଡେଲିଭରୀ ପ୍ଲାଟଫର୍ମ ବ୍ଲିଙ୍କିଟକୁ କିଣିଥିଲା । ୨୦୨୨ ମସିହାରେ ୪,୪୪୭ କୋଟି ଟଙ୍କାରେ କମ୍ପାନୀ ଏହି କ୍ରୟ କରିଥିଲା ।
Comments are closed.