ସମାଜ ଡିଜିଟାଲ ଡେସ୍କ: ସ୍କୁଲ କଲେଜରେ ଯାଁଳା ପିଲା ପଢ଼଼ିବାକୁ ଆସିବା କିଛି ନୂଆ କଥା ନୁହେଁ। କିନ୍ତୁ ଗୋଟିଏ ଶିକ୍ଷାନୁଷ୍ଠାନରେ ୧୪ ଯାଁଳା ଭାଇଭଉଣୀ ପାଠ ପଢ଼଼ିବା ନିହାତି ଭାବେ ଏକ ଆଶ୍ଚର୍ଯ୍ୟର ବିଷୟ। ଏଭଳି ଘଟଣା ଦେଖିବାକୁ ମିଳିଛି ଫ୍ଲୋରିଡାର କୁପର ସିଟି ହାଇସ୍କୁଲରେ। ଏହାକୁ ନେଇ ଏବେ ସବୁଠି ଚର୍ଚ୍ଚା। କେବଳ ୧୪ ଯୋଡ଼ା ଯାଁଳା ଭାଇଭଉଣୀ ନୁହନ୍ତି, ଏକ ଟ୍ରିପ୍ଲେଟ(ଏକକାଳୀନ ଜନ୍ମ ହୋଇଥିବା ୩ ସନ୍ତାନ) ମଧ୍ୟ ଏଠାରେ ପଢ଼ୁଛନ୍ତି।
ଗତ ମାସରେ ଉକ୍ତ ସ୍କୁଲରୁ ଏହି ପିଲାମାନେ ସ୍ନାତକରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ପ୍ରମାଣପତ୍ର ବଣ୍ଟନ ସମୟରେ ପିଲାମାନଙ୍କୁ ଏକକାଳୀନ ଦେଖିବା ପରେ ସ୍କୁଲର ଅଧ୍ୟକ୍ଷ ଭେରା ପର୍କୋଭିକ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ସେ ପୂର୍ବରୁ କେବେ ସମସ୍ତଙ୍କୁ ଏକକାଳୀନ ଦେଖି ନ ଥିଲେ।



