www.samajalive.in
Saturday, December 6, 2025
26.1 C
Bhubaneswar

ଓଜନ ହ୍ରାସ କରିବ ଏହି ଜୁସ୍

ଓଜନ ବୃଦ୍ଧି ବତ୍ତମାନର ପ୍ରମୁଖ ସମସ୍ୟା ପାଲଟିଛି । ଓଜନ ହ୍ରାସ କରିବା ପାଇଁ ଯୋଗ, ବ୍ୟାୟମ ଆଦି ବିଭିନ୍ନ ଅବଲମ୍ବନ କରିଥାଆନ୍ତି । ଅଳ୍ପ ସମୟ ପାଇଁ ଏହି ଉପାୟ କାମ କରିଥାଏ ହେଲେ ସବୁ ଦିନ ପାଇଁ ନୁହେଁ । ଓଜନ ସନ୍ତୁଳିତ କରିବା ପାଇଁ ଆପଣଙ୍କ ଭୋଜନ ତାଲିକାରେ ଏହି ୩ଟି ଜୁସ୍ ସାମିଲ କରନ୍ତୁ । ବଜାରରେ ମିଳୁଥିବା ଜୁସ୍ ବା ଡ୍ରିଙ୍କ୍ସରେ ଅଧିକ ମାତ୍ରାରେ କ୍ୟାଲୋରୀ ରହିଥାଏ । ତେଣୁ ଘରେ ଆପଣ କମ୍ କ୍ୟାଲେରୀଯୁକ୍ତ ଜୁସ୍ ପ୍ରସ୍ତୁତ କରି ପିଅନ୍ତୁ । ତେବେ ଆସନ୍ତୁ ଜାଣିବା ଏହି ୩ଟି ଜୁସ୍ କ’ଣ ଏବଂ କିପରି ପ୍ରସ୍ତୁତ କରିବେ ?

ଟମାଟର ଜୁସ୍: ଟମାଟରରେ କମ୍ କ୍ୟାଲୋରୀ ଏବଂ କାର୍ବୋହାଇଡ୍ରେଟ୍ ରହିଥାଏ । ୧୦୦ ଗ୍ରାମ ଟମାଟରରେ ପ୍ରାୟ ୧୮ କ୍ୟାଲୋରୀ ଏବଂ ୩.୮୬ ଗ୍ରାମ କାର୍ବୋହାଇଡ୍ରେଟ୍ ରହିଥାଏ । ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ଟମାଟର ଜୁସ୍ ଆପଣଙ୍କ ପାଇଁ ଉତ୍ତମ ବିକଳ୍ପ ହୋଇପାରେ । ଟମାଟର ସହ ଡାଳିମ୍ବ ରସ ମିଶାଇ ପିଇ ପାରିବେ ।

- Advertisement -

ଗାଜର ଜୁସ୍: ଗାଜରରେ ଫାଇବର ଭରପୁର ମାତ୍ରାରେ ରହିଥାଏ । ଫାଇବର ହଜମ ହେବାରେ ସମୟ ଲାଗୁଥିବାରୁ ଅଧିକ ସମୟ ଯାଏଁ ଭୋକ ହୋଇନଥାଏ । ତେଣୁ ପ୍ରତିଦିନ ଭୋଜନ ତାଲିକାରେ ଗଜର ଜୁସ୍ ସାମଲି କରି ସହଜ ଉପାୟରେ ଓଜନ ହ୍ରାସ କରିପାରିବେ । ୧୦୦ ଗ୍ରାମ ଗାଜରରେ ପ୍ରାୟ ୪୧ କ୍ୟାଲୋରୀ ଏବଂ ୩ ଗ୍ରାମ ଫାଇବର ରହିଥାଏ । ଏଥିରେ ଆପଣ ଅଁଳା ରସ ମିଶାଇ ପିଇ ପାରିବେ ।

ସେଓ ଜୁସ୍: କ୍ୟାଲୋରୀ ଯୁକ୍ତ ଫଳ ହେଉଛି ସେଓ । ୧୦୦ ଗ୍ରାମ ସେଓରେ ପ୍ରାୟ ୫୦ କ୍ୟାଲୋରୀ ରହିଛି । ଗୋଟିଏ ସେଓ ବା ସେଓ ଜୁସ୍ ନିୟମିତି ଭୋଜନ ତାଲିକାରେ ସାମିଲ କରିପାରିବେ ।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories