www.samajalive.in
Saturday, December 6, 2025
15.1 C
Bhubaneswar

ମଦ କାରଖାନରୁ ଉଦ୍ଧାର ୩୯ ଶିଶୁ ଶ୍ରମିକ ନିଖୋଜ

ସମାଜ ଡିଜିଟାଲ ଡେସ୍କ: ମଧ୍ୟପ୍ରଦେଶରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ରାଇଜେନ ଜିଲାର ୩ଟି ମଦ କାରଖାନାରୁ ଉଦ୍ଧାର ହୋଇଥିବା ୩୯ ଶିଶୁ ଶ୍ରମିକ ନିଖୋଜ ହୋଇଯାଇଛନ୍ତି। ପ୍ରଶାସନିକ ଅବହେଳାରୁ ଏପରି ଘଟିଥିବାବେଳେ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଏନସିପିସିଆର) ଅଧ୍ୟକ୍ଷା ପ୍ରିୟଙ୍କା କାନୁନଗୋ। ବଚପନ ବଚାଓ ଆନ୍ଦୋଳନ (ବିବିଏ) ଏବଂ ପୁଲିସ ସହାୟତାରେ ଏନସିପିସିଆର ପକ୍ଷରୁ ଏକ ଅପରେସନ ଜରିଆରେ ଏହି ଶିଶୁମାନଙ୍କୁ ଉଦ୍ଧାର କରାଯାଇଥିଲା। ମଦ କାରଖାନାରେ କାମ କରିବା ସମୟରେ ମାରାତ୍ମକ ରସାୟନିକ ପଦାର୍ଥ ସଂସ୍ପର୍ଶରେ ଆସି ପିଲାମାନଙ୍କ ହାତ ପାପୁଲି ପୋଡ଼ି ଯାଇଥିବା ଦେଖିବାକୁ ମିଳିଥିଲା।

ଏନସିପିସିଆର ଅଧ୍ୟକ୍ଷା ପ୍ରିୟଙ୍କା କାନୁନଗୋ କହିଛନ୍ତି, ଶୁକ୍ରବାର ଅପରାହ୍ନରେ ରାଇଜେନ ଜିଲାର ସୋମ ଡିଷ୍ଟିଲେରି ସମେତ ୩ଟି ମଦ କାରଖାନାରେ ଚଢ଼ାଉ କରାଯାଇ ୩୯ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା। ଆଇନ ଅନୁସାରେ, ଶିଶୁଙ୍କୁ ଉଦ୍ଧାର କରାଯିବା ପରେ ସେମାନଙ୍କୁ ଏସଡିଏମଙ୍କ ନିକଟରେ ହାଜର କରାଯାଇ ସେମାନଙ୍କ ମନ୍ତବ୍ୟ ରେକର୍ଡ କରାଯିବା ଉଚିତ। ଏହା ପରେ ଶିଶୁ ମଙ୍ଗଳ କମିଟି (ସିଡବ୍ଲୁୃ୍ୟସି) ଶିଶୁମାନଙ୍କ ଥଇଥାନ ବ୍ୟବସ୍ଥା କରିବା କଥା। ଆମେ ଅପରାହ୍ନ ୩ଟା ୨୮ରେ ଉପସ୍ଥିତ ପୁଲିସ ଅଧିକାରୀଙ୍କୁ ସମସ୍ତ ତଥ୍ୟ ପ୍ରଦାନ କରିବା ସହିତ ମାମଲାକୁ ଡିପିଓ, ଏସଡିଓ ଏବଂ ଶ୍ରମ ବିଭାଗକୁ ହସ୍ତାନ୍ତର କରି ଫେରିଥିଲୁ। କିନ୍ତୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସିଡବ୍ଲ୍ୟୁସିର କୋରମ ସମ୍ପୂର୍ଣ୍ଣ ହୋଇ ନ ଥିଲା। ଏହା ସହିତ ଘଟଣା ବିଷୟରେ ଜାଣିବା ପରେ ବି ଏସଡିଏମଙ୍କୁ ୨୦ କିଲୋମିଟର ଯାତ୍ରା କରି ଘଟଣାସ୍ଥଳରେ ପହଞ୍ଚିବାକୁ ୫ ଘଣ୍ଟା ସମୟ ଲାଗିଥିଲା। ଅତିରିକ୍ତ ଜିଲାପାଳଙ୍କୁ ବି ସମାନ ଦୂରତା ଅତିକ୍ରମ କରି ପହଞ୍ଚିବାକୁ ୭ ଘଣ୍ଟା ସମୟ ଲାଗିଥିଲା। ଏହି ଦୁଇ ଅଧିକାରୀ ବିଳମ୍ବିତ ରାତି ସୁଦ୍ଧା ପହଞ୍ଚି ନ ପାରିବାରୁ ପୁଲିସ ଏତଲା ରୁଜୁ କରିପାରି ନ ଥିଲା। ଏହି ସମୟ ମଧ୍ୟରେ ଉଦ୍ଧାର ହୋଇଥିବା ୩୯ ଶିଶୁ କେଉଁଆଡ଼େ ଉଭାନ ହୋଇଗଲେ ତାହାର ବି ତଥ୍ୟ କାହା ପାଖରେ ନାହିଁ।

- Advertisement -

ଏନସିପିସିଆର ଅଧ୍ୟକ୍ଷା ଆହୁରି କହିଛନ୍ତି ଯେ, ଏ ସମ୍ପର୍କରେ ଖବର ମିଳିବା ପରେ ସେ ରାତି ପ୍ରାୟ ୧୨ଟାରେ ଥାନାକୁ ଯାଇଥିଲେ। ସେଠାରେ ବି ପିଲାମାନେ ନ ଥିଲେ। ପ୍ରଶାସନ ହେପାଜତକୁ ପିଲାଙ୍କୁ କିଏ ନେଲା ତାହା ଏବେ ସନ୍ଦେହ ଘେରରେ ରହିଛି। ସିଡବ୍ଲ୍ୟୁସି ନିକଟରେ ପିଲାମାନଙ୍କୁ କେବେ ହାଜର କରାଯିବ ତାହାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories