କେନ୍ଦୁଝରଗଡ଼: ଓଡ଼ିଶା ତାଇକୋଣ୍ଡ ସଂଘ ପକ୍ଷରୁ ଚଳିତମାସ ୭ରୁ ୯ତାରିଖ ପର୍ଯ୍ୟନ୍ତ ଜବାହରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମ କଟକ ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ତୃତୀୟ ତାଇକୋଣ୍ଡ ପ୍ରତିଯୋଗିତାରେ କେନ୍ଦୁଝରର ପ୍ରତିଯୋଗୀଙ୍କୁ ଅଭୁପୂର୍ବ ସଫଳତା ମିଳିଛି।
ଏହି ପ୍ରତିଯୋଗିତାରେ କେନ୍ଦୁଝରରୁ ୩୦ଜଣ ସବ ଜୁନିୟର, ଜୁନିଅର ଓ ସିନିୟର ବର୍ଗର ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ। ସେଥିମଧ୍ୟରୁ ୨୪ଜଣ ପ୍ରତିଯୋଗୀ ଫାଇଟ ଏବଂ ପୁମସେ ପ୍ରତିଯୋଗିତାରେ ୬ଜଣ ସ୍ୱର୍ଣ୍ଣ, ୮ଜଣ ରୋପ୍ୟ ଓ ୧୦ଜଣ ବ୍ରୋଞ୍ଚ ପଦକ ହାସଲ କରି ଜିଲା ପାଇଁ ଗୌରବ ଆଣିଛନ୍ତି। ଏହି ପ୍ରତିଯୋଗୀ ମାନେ ହେଲେ ସମର୍ପିତା ଭଟ୍ଟାଚାର୍ଯ୍ୟ, କନ୍ସିକା ନାଏକ, ଗୁନଗୁନ ଅନୁଷ୍କା ମହାନ୍ତ, ଆଯାସ୍ୱୀ ସାହୁ, ହୃତିକା ମିଶ୍ର, ଲୋପାମୁଦ୍ରା ପଣ୍ଡା, ଆଞ୍ଜେଲିନା ପ୍ରଧାନ, ପଲ୍ଲଭିକୀର୍ତ୍ତି ଚକ୍ର, ଶିବାଙ୍ଗି ଦାସ, ସମର୍ପଣ ଭଟ୍ଟାଚାର୍ଯ୍ୟ, ରିତିଭାନ ଦାସ, ପ୍ରୀତିପ୍ରଜ୍ଞା ରାଉତ, ଶୁଭମ୍ ମୁଣ୍ଡା, ପ୍ରଭାସ ଶେଖର ସା, ଅତିଶ କୁମ୍ର ଦେଓ, ଅର୍ଣ୍ଣବ ମିଶ୍ର, ଋତୁରାଜ ମହାରଣା, ଅର୍ଜୁନ ମଧୁସୁଦନ ରାଉତ, ହିର୍ତ୍ତିିକା ମିଶ୍ର, ଅଭିଶ୍ମିତା ପଟ୍ଟନାୟକ, ସାରାଂଶ ବସା, ଲଲିତ ପ୍ରସାଦ ଜେନା ଓ ଅଜସ୍ୱି ସାହୁ।
କେନ୍ଦୁଝର ଜିଲା ସଂଘ ଯୁଗ୍ମସମ୍ପାଦକ ତଥା ମୁଖ୍ୟ ପ୍ରଶିକ୍ଷକ ମାଷ୍ଟର ମଧୁସୂଦନ ରାଉତ, ପ୍ରଶିକ୍ଷକ ଅଜୟ କୁମାର ପୃଷ୍ଟି, ସୁନୀଲ କୁମାର ମହାନ୍ତ, ବିଭୁଜ୍ୟୋତି ଦାସଙ୍କ ମାର୍ଗଦର୍ଶନରେ ପ୍ରତିଯୋଗୀ ଏହି ସଫଳତା ଲାଭ କରିଥିବାରୁ ପ୍ରତିଯୋଗୀ ଓ ଅଭିଭାବକ ମହଲରେ ଖୁସିର ଲହରୀ ଖେଳିଯାଇଛି।



