www.samajalive.in
Wednesday, December 10, 2025
16.1 C
Bhubaneswar

ତାଏକୋଣ୍ଡୋ ପ୍ରମୋସନ ଓ ବ୍ଲାକ ବେଲ୍ଟ ଗ୍ରେଡିଂ ଟେଷ୍ଟ ଅନୁଷ୍ଠିତ

ବୌଦ୍ଧ: ତାଏକୋଣ୍ଡୋ ଏକାଡେମୀ ବୌଦ୍ଧ ତରଫରୁ ସ୍ଥାନୀୟ ଟାଉନ୍ ହଲ୍ ଠାରେ ବୌଦ୍ଧ ଜିଲ୍ଲା କ୍ୟୁରୋଗି ଓ ପୂମସି ଚାମ୍ପିଅନସିପ ଅନୁଷ୍ଠିତ ହୋଇଯାଇଛି। ଦୁଇଦିନ ଧରି ଚାଲିଥିବା ଏହି ଚାମ୍ପିଅନସିପ ର ସମାରୋପ ଉତ୍ସବରେ ଓଡ଼ିଶା ରାଜ୍ୟ ଲୋକପାଳ ସଭାପତି ଡ.ଦିଲ୍ଲୀପ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଣେ ଉତ୍ତମ ଖେଳାଳୀ ହୋଇ ଆମ ଜିଲ୍ଲା ତଥା ଦେଶର ନାମ ରଖିବା ପାଇଁ ଆହ୍ବାନ ଦେଇଥିଲେ। ଓଡ଼ିଶା ତାଏକୋଣ୍ଡୋ ଆସୋସିଏସନର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ ପର୍ଯ୍ୟବେକ୍ଷକ ତଥା ଅତିଥି ଭାବେ ଯୋଗଦେଇ ଖେଳ ଦ୍ଵାରା ନିଜ ଶରୀର ସୁସ୍ଥ ରଖି ଉତ୍ତମ ପାଠ ପଢି ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ପ୍ରେରଣା ଦେଇଥିଲେ। ଏହି ଚାମ୍ପିଅନସିପରେ ୨୯ ଜଣ କଲର୍ ଵେଲ୍ଟ ଟେଷ୍ଟରେ ଓ ୧୭ ଜଣ ବ୍ଲାକ ବେଲ୍ଟରେ ଭାଗ ନେଇ କୃତିତ୍ୱ ଅର୍ଜନ କରିଥିଲେ। ଉପସଭାପତି ବିଶ୍ବରଂଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କୋଚ୍ ତଥା ସାଧାରଣ ସମ୍ପାଦକ ଅଞ୍ଜିତ କୁମାର ସାହୁ ବିବରଣୀ ପଠନ କରିଥିଲା ବେଳେ ବିଜୟ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ ଓ ସଞ୍ଜୟ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories