www.samajalive.in
Wednesday, December 10, 2025
16.1 C
Bhubaneswar

କଳାହାଣ୍ଡିର କଇଁଛ ଝରିଗାଁରେ ଜବତ, ୪ ଗିରଫ

ଭବାନିପାଟଣା: କଳାହାଣ୍ଡିରୁ ଚୋରାଚାଲାଣ ହେଉଥିବା ୧୭୬ଟି କଇଁଛକୁ ନବରଙ୍ଗପୁର ଜିଲ୍ଲା ଝରିଗାଁରେ ବନ ବିଭାଗ ଜବତ କରିଛି। ଜବତ କଇଁଛର ଓଜନ ପ୍ରାୟ ଦୁଇ କ୍ଵିଣ୍ଟାଲରୁ ଅଧିକ ହେବ ବୋଲି ଜଣାପଡିଛି। ଏହି ଘଟଣାରେ ବନ ବିଭାଗ ଦ୍ବାରା ଗିରଫ ଚାରି ଜଣ ମଧ୍ୟ କଳାହାଣ୍ଡିର ବୋଲି ଜଣାପଡ଼ିଛି। ଗିରଫ ବ୍ୟକ୍ତିମାନେ କଳାହାଣ୍ଡି କୋକସରା ଥାନା ଅନ୍ତର୍ଗତ ଗୋତୋମୁଣ୍ଡା ଗାଁର ଦିଗାମ୍ବର ଗୋପାଳ, ସର୍ଗିଗୁଡ଼ା ଗାଁର ଧର୍ମୁ ଚଲାନ, ତ୍ରିଲୋଚନ ଚଲାନ ଏବଂ ଜଗଦୀଶ ଚଲାନ ବୋଲି ଜଣାପଡିଛି। ଗିରଫ ବ୍ୟକ୍ତିମାନେ ଦୁଇଟି ବାଇକରେ ଗୋତୋମୁଣ୍ଡା ଅଞ୍ଚଳରୁ ଏହି କଇଁଛ ଗୁଡ଼ିକୁ ଉମରକୋଟ ପଟକୁ ନେଉଥିବା ବେଳେ ଝରିଗାଁ ବନ ବିଭାଗ ଦ୍ଵାରା ଧରାପଡ଼ିଲେ। କଇଁଛ ଚୋରା ଚାଲାଣ ସଂକ୍ରାନ୍ତରେ କୌଣସି ସୂତ୍ରରୁ ଖବର ପାଇ ଝରିଗାଁ ରେଞ୍ଜ ଅଫିସର ଗୋବିନ୍ଦ ନାୟକ ଙ୍କ ନେତୃତ୍ୱରେ ୱାଇଲଡ ଲାଇଫ ଟିମ ଏବଂ ବିଭାଗୀୟ କର୍ମଚାରୀ ମାନେ ଛକି ରହି କଇଁଛ ସହିତ ଚୋରା ଚାଲାଣକାରୀଙ୍କୁ ଧରିଥିଲେ। ଉଦ୍ଧାର କଇଁଛ ଗୁଡିକୁ ଝରିଗାଁ ସେଣ୍ଟ୍ରାଲ ନର୍ସରୀରେ ରଖାଯାଇଛି। ଗିରଫ ବ୍ୟକ୍ତି ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ କଳାହାଣ୍ଡିରୁ ଏତେ ପରିମାଣର କଇଁଛ ଚାଲାଣ ହେଉଥିବା ବେଳେ କଳାହାଣ୍ଡି ବନ ବିଭାଗ କିଭଳି ଜାଣି ପାରିଲେ ନାହିଁ ସେନେଇ ସାଧାରଣରେ ବିସ୍ମୟ ସୃଷ୍ଟି ହେଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories