www.samajalive.in
Wednesday, December 10, 2025
26.1 C
Bhubaneswar

ଓଡ଼ିଶାର କାଶ୍ମୀର

ଭ୍ରମଣ ପାଇଁ ଓଡ଼ିଶାରେ ବହୁ ଦର୍ଶନୀୟ ସ୍ଥାନ ରହିଛି। ସେଥି ମଧ୍ୟରୁ ପ୍ରମୁଖ ହିଲ ଷ୍ଟେସନ ହେଉଛି କନ୍ଧମାଳର ଦାରିଙ୍ଗ ବାଡ଼ି। ପାହାଡ଼ପର୍ବତ ଶୀତଦିନର ସବୁଜିମା ପରିବେଶର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ। ପ୍ରକୃତିର ଏହି ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କୁ ବେଶ ଆକର୍ଷଣ କରିଥାଏ।
ଦାରିଙ୍ଗବାଡ଼ିକୁ ‘ଓଡ଼ିଶାର କାଶ୍ମୀର’ କୁହାଯାଏ। ନିଜର ଅପରୂପ ସୌନ୍ଦର୍ଯ୍ୟ ହେତୁ ଏହାର ଏପରି ନାମକରଣ ହୋଇଛି। ଶୀତଦିନେ ଏଠାରେ ଖୁବ ଥଣ୍ଡା ଅନୁଭୂତ ହୋଇଥାଏ। ଓଡ଼ିଶାର ଏହା ଏକ ମାତ୍ର ସ୍ଥାନ , ଯେଉଁଠାରେ ବରଫ ପାତ ଦେଖିବାକୁ ମିଳିଥାଏ। ଏହି ମନୋରମ ଦୃଶ୍ୟ ବାସ୍ତବିକ ଦେଖିବା ଯୋଗ୍ୟ ଅଟେ। ଦାରିଙ୍ଗବାଡ଼ିର କଫି ବଗିଚା, ଗୋଲମରିଚ, ହଳଦୀ ବଗିଚା, ଝାଉଁ ବଣ ଓ ସୁନ୍ଦର ପାହାଡ଼ ମନମୁଗ୍ଧକର ଅଟେ। ପାହାଡ଼ ସହ ଏଠାରେ ଝରଣା ମଧ୍ୟ ଦେଖିପାରିବେ ଓ ଏହାର ମଜା ନେଇପାରିବେ। ପର୍ଯ୍ୟଟନ ଋତୁର ଆରମ୍ଭରେ ଏଠାରେ ବେଶ ଜନସମାଗମ ହୋଇଥାଏ। ଲୋକେ ପ୍ରକୃତିର ମନୋରମ ଦୃଶ୍ୟକୁ ଉପଭୋଗ କରିବା ସହ ବଣଭୋଜିର ମଜା ନେଇଥାଆନ୍ତି।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories