www.samajalive.in
Saturday, December 6, 2025
19.1 C
Bhubaneswar

ମହେଶବାବୁଙ୍କ ଆକାଉଣ୍ଟ ସିଲ୍‍

ହାଇଦ୍ରାବାଦ: ସେବାକର ବକେୟା ରଖିଥିବା କାରଣରୁ ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଜିଏସ୍‍ଟି କର୍ତ୍ତୃପକ୍ଷ ସିଲ୍‍ କରିଦେଇଛନ୍ତି। ହାଇଦ୍ରାବାଦ୍‍ର ଜିଏସ୍‍ଟି କମିଶନର ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ଏହା ପ୍ରକାଶ ପାଇଛି। ୨୦୦୭-୦୮ ଆର୍ଥିକ ବର୍ଷରେ ବିଭିନ୍ନ ବିଜ୍ଞାପନ ଓ ଉତ୍ପାଦର ପ୍ରଚାର ପ୍ରସାର ପାଇଁ ବ୍ରାଣ୍ଡ ଆମ୍ବାସଡର ଭାବରେ ମହେଶ ବାବୁ କରିଥିବା ଆୟ ଉପରେ ଟିକସ ଦେଇନାହାନ୍ତି। ତାଙ୍କ ଉପରେ ସେବା କର ବାବଦକୁ ୧୮.୫ ଲକ୍ଷ ଟଙ୍କା ବକେୟା ରହିିଛି। ଏହି ବକେୟା, ତା’ ଉପରେ ସୁଧ ଓ ଜରିମାନା ଅସୁଲ ଲାଗି ମହେଶଙ୍କ ଏକ୍ସିସ୍‍ ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କରେ ଥିବା ଆକାଉଣ୍ଟ ସିଲ୍‍ କରାଯାଇଛି। ଉକ୍ତ ଆକାଉଣ୍ଟରେ ୭୩.୫ ଲକ୍ଷ ଟଙ୍କା ଥିବା ଜଣାପଡ଼ିଛି। ଏକ୍ସିସ ବ୍ୟାଙ୍କ ଆକାଉଣ୍ଟରୁ ୪୨ ଲକ୍ଷ ଟଙ୍କା ଜବତ କରାଯାଇଥିବା ବେଳେ ଖୁବ୍‍ ଶୀଘ୍ର ଆଇସିଆଇସିଆଇ ବ୍ୟାଙ୍କରୁ ବକେୟା ଅର୍ଥ ଅସୁଲ କରାଯିବ ବୋଲି ଜିଏସ୍‍ଟି କର୍ତ୍ତୃପକ୍ଷ କହିଛନ୍ତି। ଯଦି ଆଇସିଆଇସିଆଇ ବ୍ୟାଙ୍କ ଏଥିରେ ଅସଯୋଗ କରନ୍ତି ତେବେ ବ୍ୟାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବକେୟା ଟଙ୍କା ଅସୁଲ୍‍ ନ ହେବା ପର୍ଯ୍ୟନ୍ତ ମହେଶ ବାବୁ ତାଙ୍କ ଆକାଉଣ୍ଟରେ ଟଙ୍କା ଜମା କିମ୍ବା ଉଠାଣ କରିପାରିବେ ନାହିଁ।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories