ଚିଲିକା ମଝିରେ ଡଙ୍ଗା ଅଚଳ, ଫସିଲେ ୨୦ରୁ ଅଧିକ ଯାତ୍ରୀ
ସମାଜ ଡିଜିଟାଲ ଡେସ୍କ: ଚିଲିକା ମଝିରେ ଏକ ଡଙ୍ଗା ଅଚଳ ହୋଇପଡ଼ିଛି। ଶନିବାର ସକାଳେ ଏହି ଘଟଣା ଘଟିଛି। ପୂର୍ବାହ୍ନ ସାଢ଼େ ୯ଟା ସୁଦ୍ଧା ଡଙ୍ଗାଟି ପ୍ରାୟ ଦେଢ଼ ଘଣ୍ଟା ଧରି ମଏଁସା ନିକଟ ଚିଲିକା ମଝିରେ ଅଟକି ରହିଥିବା ସୂଚନା ମିଳିଛି।
ଡଙ୍ଗାଟି ଜହ୍ନିକୁଦାର ଘାଟପେଣ୍ଠରୁ ୨୦ରୁ ଅଧିକ ଯାତ୍ରୀଙ୍କୁ ନେଇ ବାହାରିଥିଲା। ଡଙ୍ଗାରେ କେବଳ ଯାତ୍ରୀ ନ ଥିଲେ, ସେମାନଙ୍କ ଆସବାବପତ୍ର ଏବଂ କିଛି ମୋଟରସାଇକେଲ ମଧ୍ୟ ରହିଥିଲା। ମଏଁସା ନିକଟରେ ଡଙ୍ଗାଟି ହଠାତ୍ ବନ୍ଦ ହୋଇଯାଇଥିଲା। ଫଳରେ ଯାତ୍ରୀମାନେ ଡଙ୍ଗାରେ ଫସି ରହିଥିଲେ। ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଥିବା ସୂଚନା ମିଳିଛି।
Comments are closed.