www.samajalive.in
Sunday, December 14, 2025
16.1 C
Bhubaneswar

ଭ୍ରାମ୍ୟମାଣ ଆମ୍ବୁଲାନ୍ସ ଉଦଘାଟନ କଲେ ଲୋକସଭା ସଦସ୍ୟ ଅନନ୍ତ ନାୟକ

କେନ୍ଦୁଝରଗଡ଼଼: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗେଲ ଇଣ୍ଡିଆ ତରଫରୁ ଏକ ଅତ୍ୟାଧୁନିକ ଚିକିତ୍ସାସେବା ସୁବିଧା ଥିବା ଆମ୍ବୁଲାନ୍ସକୁ ଲୋକସଭା ସଦସ୍ୟ ଅନନ୍ତ ନାୟକ ଶୁକ୍ରବାର ଉଦ୍‌‌ଘାଟନ କରିଛନ୍ତି। ଅତ୍ୟାଧୁନିକ ଚିକିତ୍ସା ସୁବିଧା ଉପଲବ୍ଧ ଏହି ଆମ୍ବୁଲାନ୍ସ ସହାୟତାରେ ସ୍ୱାସ୍ତ୍ୟକେନ୍ଦ୍ରକୁ ପହଞ୍ଚି ପାରୁନଥିବା ରୋଗୀଙ୍କ ଘରେ ପହଞ୍ଚି ହାତପାହାନ୍ତାରେ ମାଗଣାରେ ଉନ୍ନତମାନର ଚିକିତ୍ସା ସେବା ଯୋଗାଇ ଦେବ ବୋଲି ସାଂସଦ ଶ୍ରୀ ନାୟକ ଉଦ୍‌‌ଘାଟନ ଅବସରରେ କହିଛନ୍ତି। ଏଥିସହ ଜିଲାର ଅପହଞ୍ଚ ଇଲାକାରେ ପହଞ୍ଚି ସେଠାକାର ଲୋକଙ୍କୁ ଉନ୍ନତମାନର ଚିକିତ୍ସା ସହାୟତା ଯୋଗାଇ ଦେବାରେ ମଧ୍ୟ ସହାୟକ ହେବ ବୋଲି ଶ୍ରୀ ନାୟକ କହିଛନ୍ତି। ଏହି ଆମ୍ବୁଲାନ୍ସରେ ଜଣେ ଅଭିଜ୍ଞ ଡାକ୍ତର, ଜଣେ ଫାର୍ମାସିଷ୍ଟ ଓ ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ ନିୟୋଜିତ ହୋଇ ଚିକିତ୍ସା ସହାୟତା ସହ ମାଗଣାରେ ଔଷଧ ମଧ୍ୟ ଯୋଗାଇ ଦେବେ। ଏହି ଭ୍ରାମ୍ୟମାଣ ଆମ୍ବୁଲାନ୍ସ ଭିତରେ ଏକ ଓପିଡ଼ି ରହିଥିବା ବେଳେ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଆବଶ୍ୟକୀୟ ପରୀକ୍ଷା ନିରୀକ୍ଷା ସହ ଆବଶ୍ୟକୀୟ ଔଷଧ ଉପଲବ୍ଧ ରହିଥିବା ନିୟୋଜିତ ଡାକ୍ତର ବ୍ରିଜେଶ ସିଂ ପ୍ରକାଶ କରିଛନ୍ତି। ଅପହଞ୍ଚ ଗ୍ରାମ ମାନଙ୍କରେ ଏହି ଯାନ ଯାଇ ଲୋକଙ୍କ ଘର ପାଖରେ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଏହି ଆମ୍ବୁଲାନ୍ସ ଅଗ୍ରଣୀ ଭୂମିକା ଗ୍ରହଣ କରିବ। ଏହି ଭ୍ରାମ୍ୟମାଣ ଆମ୍ବୁଲାନ୍ସର ଉପଯୋଗୀତାକୁ ଉପଲବ୍ଧି କରି ଆଗାମୀ ଦିନରେ ଅଧିକ ସଂଖ୍ୟାରେ ଏହିଭଳି ଅତ୍ୟାଧୁନିକ ଆମ୍ବୁଲାନ୍ସ ଯୋଗାଇ ଦିଆଯିବ ବୋଲି ସାଂସଦ ଶ୍ରୀ ନାୟକ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା କିରଣବାଳା ନାୟକ, ବିଜେପି ନେତା ହରିହର ମହାନ୍ତ, ଶିବକୁମାର ରାଠୋର, ଯୁବ ବିଜେପି ନେତା ଭାରତ ଭୂଷଣ କୁଅଁରଙ୍କ ସମେତ ବିଜେପିର ଅନେକ ବରିଷ୍ଠ କର୍ମୀ ଉପସ୍ଥିତ ଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories